ଆମେରିକା ପରି ହେବା ଓଡ଼ିଶା ହାଇୱେ
ଓଡ଼ିଶାକୁ ମିଳିଛି ୪ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି । ଦିନିକିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଭୁବନେଶ୍ୱର ବରମୁଣ୍ତା ପଡ଼ିଆରେ ୧୯ଟି ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ୧୩ଟି ଜାତୀୟ ରାଜପଥ ପାଇଁ ୨୯୦୫ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।
ଏହି ସମୟରେ ଗଡକରୀ କହିଛନ୍ତି,ଓଡ଼ିଶା ହାଇୱେ ଆମେରିକା ପରି ହେବ । ବର୍ତ୍ତମାନ ଓଡ଼଼ିଶାରେ ୨ ଲକ୍ଷ କୋଟିର ପ୍ରକଳ୍ପ କାମ ଜାରି ରହିଛି । ରାଞ୍ଚି-ସମ୍ବଲପୁର ଦ୍ୱିତୀୟ କରିଡର୍ ୮୦୦୦ କୋଟି ବ୍ୟୟରେ ହେବ । ଚଣ୍ତିଖୋଲ-ପାରାଦୀପ କରିଡର୍ ୨୦୨୬ ଡିସେମ୍ବର ସୁଦ୍ଧା ଶେଷ ହେବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ।

ସେହିପରି ୪୨୭ କୋଟି ଟଙ୍କାର ୪ଟି ସିଆରଆଇଏଫ ବ୍ରିଜ ଶିଳାନ୍ୟାସ କରିଛନ୍ତି । ଏହାସହ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ଯାହାର ବ୍ୟୟ ଅଟକଳ ୮୪୧ କୋଟି ଟଙ୍କା ରହିଛି ତାହା ଲୋକାର୍ପଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।
ପୂଜାରିପାଲି ଘାଟି-ଜରିମୂଳରେ ମହାନଦୀ ଉପରେ ସେତୁ ନିର୍ମାଣ କରାଯିବ । ଏହା ଝାରସୁଗୁଡ଼ା, ବରଗଡ଼ ଜିଲ୍ଲା ମଧ୍ୟରେ ସେତୁ ନିର୍ମାଣ ହେବ ।
ଆଉ ଏକ ପ୍ରମୁଖ ରାସ୍ତା ହେଉଛି ପୁରୀକୁ ୪ ଲେନରୁ ୮ ଲେନ୍ ରାସ୍ତା କୋଷ୍ଟାଲ ହାଇୱେକୁ ୨ ଲେନରୁ ୪ ଲେନ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦାବି ରଖିଛନ୍ତି ଏବଂ କେନ୍ଦ୍ର ମନ୍ତ୍ରୀ ଏହାକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।












Click it and Unblock the Notifications