Get Updates
Get notified of breaking news, exclusive insights, and must-see stories!

ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍: ଜାଣନ୍ତୁ, ବୁକିଂ କରିବା ପାଇଁ ସମସ୍ତ ପ୍ରକ୍ରିୟା

ଆଜିଠୁ ଆରମ୍ଭ ହୋଇଛି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ପାଇଁ ବୁକିଂ । ଆବେଦନ କରିବା ପାଇଁ ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋ ମୋବାଇଲ୍ ମାନୁଫାକ୍‌ଚରର୍ସ ବା ସିଆମ୍ ୱେବସାଇଟ୍‌କୁ ଯିବାକୁ ପଡ଼ିବ ।

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ପାଇଁ ବୁକିଂ । ଆବେଦନ କରିବା ପାଇଁ ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋ ମୋବାଇଲ୍ ମାନୁଫାକ୍‌ଚରର୍ସ ବା ସିଆମ୍ ୱେବସାଇଟ୍‌କୁ ଯିବାକୁ ପଡ଼ିବ ।

ଆବେଦନ ପାଇଁ ଏଠାରେ କ୍ଲିକ କରନ୍ତୁ

High Security Number Plate

ଏହାପରେ ବୁକ୍ HSRP ବଟନ୍‌ରେ କ୍ଲିକ୍ କରି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗି ଆବେଦନ କରିବାକୁ ପଡ଼ିବ। ଏଥିପାଇଁ ଗାଡ଼ିର ବୈଧ ପଞ୍ଜୀକରଣ ପ୍ରମାଣପତ୍ର, ଫିଟନେସ୍ ସାର୍ଟିଫିକେଟ୍ ଥିବା ଜରୁରୀ। ଏହାପରେ ପୋର୍ଟାଲରେ ଦୁଇ ଚକିଆ କିମ୍ବା ଚାରି ଚକିଆ ଗାଡିର ସୂଚନା ଦେବେ । କେଉଁ କମ୍ପାନୀ ଗାଡି, ଇଞ୍ଜିନ୍ ନମ୍ବର ଓ ଚେସିସ୍ ନମ୍ବର ଲେଖିବାକୁ ପୋର୍ଟାଲ ପକ୍ଷରୁ କୁହାଯିବ ।

ଏହାକୁ କି୍ଲକ୍ କରିବା ପରେ ରାଜ୍ୟ ସରକାରଙ୍କ ବାହାନ ପୋର୍ଟାଲରୁ ଗାଡି ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରି ଏହି ପୋର୍ଟାଲରେ ଯଦି ସବୁ ତଥ୍ୟ ଠିକ ଥାଏ ତେବେ କେଉଁ ଦିନ , କେଉଁ ସ୍ଥାନରେ ଗାଡି ନମ୍ବର ଲଗାଇବାକୁ ଚାହୁଁଛନ୍ତି ସେ ନେଇ ଚଏସ୍ ଅପ୍ସନ୍ ଆସିବ । ଗାଡି ମାଲିକ ନିଜ ପସନ୍ଦ ଅନୁସାରେ ସ୍ଥାନ କ୍ଲିକ୍ କରିବା ପରେ ଏହି ନମ୍ବର ବଦଳାଇବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ ।

କେଉଁ ନମ୍ବର ପ୍ଲେଟ ପାଇଁ କେତେ ଟଙ୍କା ?

ଦୁଇ ଚକିଆ ଗାଡିର ନମ୍ବର ପ୍ଲେଟ୍ ବଦଳାଇବା ଲାଗି ୩୨୦ ରୁ ୩୮୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିବ । ସେହିପରି ୩ ଚକିଆ ଗାଡି ପାଇଁ ୩୫୦ରୁ ୪୫୦ ଟଙ୍କା, ଚାରି ଚକିଆ ଗାଡି ପାଇଁ ୫୯୦ରୁ ୭୦୦ ଟଙ୍କା ଏବଂ ଭାରୀଯାନ ପାଇଁ ୬୦୦ରୁ ୮୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

ଗାଡ଼ି ମାଲିକଙ୍କୁ ଅନ୍ୟୁନ ୩ ମାସ ସମୟ ଦିଆଯିବ। ନିର୍ଦ୍ଧାରିତ ସମୟ ପରେ ଯେଉଁ ଗାଡ଼ିରେ ଏହି ପ୍ଲେଟ୍ ଲାଗିନଥିବ, ସେ ନେଇ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ନୂଆ ଗାଡ଼ିରେ ଏହି ରେଜିଷ୍ଟ୍ରେସନ ପ୍ଲେଟ୍ ଲାଗୁଥିବା ବେଳେ ପୁରୁଣା ଗାଡ଼ିରେ ମଧ୍ୟ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲାଗିବ। ଏହି ପ୍ଲେଟ କେବଳ ଗାଡ଼ି ନିର୍ମାଣକାରୀ ସଂସ୍ଥା ଓ ଅଥରାଇଜଡ ଡିଲର ଲଗାଇ ପାରିବେ।

କେଉଁ ଗାଡ଼ିର ଶେଷ ତାରିଖ କେତେ ?

୨୦୧୯ ଏପ୍ରିଲ ପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡ଼ି ପାଇଁ ଟାଇମ୍ ଲାଇନ୍ ସ୍ଥିର କରାଯାଇଛି । ଯେଉଁମାନଙ୍କର ଗାଡ଼ିର ଶେଷ ନମ୍ବର ୧ କିମ୍ବା ୨ ରହିଥିବ, ସେମାନଙ୍କ ପାଇଁ ଅଗଷ୍ଟ ୩୧ ତାରିଖ ଯାଏଁ ସମୟ ଦିଆଯାଇଛି । ସେହିପରି ଯେଉଁ ଗାଡିର ପଞ୍ଜୀକରଣ ଶେଷ ନମ୍ବର ୩ ଓ ୪ ସେହି ଗାଡି ଗୁଡିକ ସେପ୍ଟେମ୍ବର ୩୦ ସୁଦ୍ଧା; ୫ ଓ ୬ ନମ୍ବର ଥିବା ଗାଡି ଅକ୍ଟୋବର ୩୧ ସୁଦ୍ଧା , ୭ ଓ ୮ ନମ୍ବର ଥିବା ଗାଡି ନଭେମ୍ବର ୩୦ ତାରିଖ ସୁଦ୍ଧା ଏବଂ ଯେଉଁସବୁ ଗାଡିର ପଞ୍ଜୀକରଣ ନମ୍ବର ୯ ଓ ୦ ରେ ଶେଷ ହୋଇଛି ସେମାନଙ୍କ ପାଇଁ ଶେଷ ସମୟ ସୀମା ଡିସେମ୍ବର ୩୧ ତାରିଖକୁ ଧାର୍ଯ୍ୟ କରାଯାଇଛି ।

ଯେଉଁମାନେ ଏହି ଧାର୍ଯ୍ୟ ସମୟ ମଧ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନଲଗାଇବେ ସେମାନଙ୍କ ଉପରେ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଜରିମାନା ଲାଗିବାକୁ ନିୟମ ହୋଇଛି । ଆବେଦନ କରିବା ପରେ କିଛି ଦିନ ମଧ୍ୟରେ ଆପଣଙ୍କ ଡିଲରଙ୍କ ପାଖକୁ ନମ୍ବର ପ୍ଲେଟ୍ ଆସିଯିବ। ପୁରୁଣା ନମ୍ବର ପ୍ଲେଟ୍ ବଦଳାଇ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାକୁ ପର୍ଯ୍ୟାୟକ୍ରମେ ଡିସେମ୍ବର ୩୧ ଯାଏ ସମୟ ଦିଆଯାଇଛି।

ସୂଚନାଥାଉ କି, ୨୦୧୯ ମସିହା ପୂର୍ବରୁ ପଞ୍ଚିକୃତ ଗାଡିରେ ପୁରୁଣା ନମ୍ବର ପ୍ଳେଟ୍ ବଦଳରେ 'ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍' ବା (ଏଚଏସଆରପି ) ଲଗାଇବା ଏବେ ନିର୍ଦ୍ଦେଶ ଦିଆଯାଇଛି । ତେବେ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗାଇବା ବାଧ୍ୟତାମୂଳକ କରାଯାଇଛି । ତେବେ ଗାଡି ମାଲିକ ତାଙ୍କ ପସନ୍ଦ ଅନୁସାରେ ନମ୍ବର ପ୍ଲେଟ୍ ଲଗାଇବା ପାଇଁ ଦିନ ଓ ସ୍ଥାନ ଧାର୍ଯ୍ୟ କରିବେ । ଗାଡି ନିର୍ମାତା କମ୍ପାନୀ ଗୁଡିକଙ୍କ ଅନୁସାରେ, ବିଭିନ୍ନ ଗାଡିର ନମ୍ବର ପ୍ଳେଟ୍ ପାଇଁ ଅଲଗା ଅଲଗା ମୂଲ୍ୟ ଧାର୍ଯ୍ୟ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+