For Quick Alerts
Turn On Notification  
For Daily Alerts
Oneindia App Download

ପୁଣି ବଢ଼ିଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାର ଅବଧି, ଜାଣନ୍ତୁ ଶେଷ ତାରିକ କେତେ ?

ପୁଣି ବଢ଼ିଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲାଗାଇବାର ଅବଧି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି ।

|

ଭୁବନେଶ୍ୱର: ପୁଣି ବଢ଼ିଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲାଗାଇବାର ଅବଧି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ୧, ୨, ୩, ୪ ନମ୍ବର ପାଇଁ ସମୟସୀମା ଆଉ ମାସେ ବୃଦ୍ଧି କରାଯାଇଛି । ଡିସେମ୍ବର ୩୧ ଯାଏଁ ସମୟ ସୀମା ବୃଦ୍ଧି ହୋଇଛି । ବୁକିଂ ହୋଇଥିଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ଦର୍ଶାଯାଇଛି ।

High Security Number Plate

ରାଜ୍ୟ ସରକାର ସତ୍ୟପାଠ ଦାଖଲ କରି ହାଇକୋର୍ଟଙ୍କ ଜଣାଇଛନ୍ତି,ଏବେ ବୁକିଂ ପାଇଁ ପ୍ରତିଦିନ ୫୭ ହଜାର ସ୍ଲଟ ଉପଲବ୍ଧ ହେଉଛି । ବୁକିଂ କରିଥିଲେ ନୂଆ ନମ୍ବର ପ୍ଲେଟ ଲାଗିନଥିଲେ ବି ଜରିମାନା ଆଦାୟ ହେବ ନାହିଁ । ପୂର୍ବରୁ ସରକାର ଦୁଇ ଥର ନମ୍ବର ପ୍ଲେଟ ଲଗାଇବା ଅବଧି ବୃଦ୍ଧି କରିଥିଲେ ।

କହିରଖୁ କି, ପୂର୍ବରୁ ଗାଡ଼ି ନମ୍ୱର ଶେଷରେ ୧, ୨, ୩, ୪ ଥିଲେ ଶେଷ ତାରିଖ ନଭେମ୍ବର ୩୦କୁ ବୃଦ୍ଧି କରାଯାଇଥିଲା । ସେହିପରି ୫, ୬ ନମ୍ବର ପାଇଁ ଶେଷ ତାରିଖ ଡିସେମ୍ବର ୩୧ ରଖାଯାଇଥିଲା । ୭, ୮ ଥିଲେ ୨୦୨୩ ଜାନୁଆରୀ ୩୧ ଶେଷ ତାରିଖ ଏବଂ ୯ ଓ ୦ ଥିଲେ ଶେଷ ତାରିଖ ୨୦୨୩ ଫେବୃଆରୀ ୨୮ ତାରଖକୁ ଅବଧି ବୃଦ୍ଧି କରାଯାଇଥିଲା। ଜୁନ ୧ରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ପାଇଁ ଆବେଦନ ଆରମ୍ଭ ହୋଇଥିଲା । www.siam.in ପୋର୍ଟାଲକୁ ଯାଇ ଆବେଦନ କରିପାରିବେ ।

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ସ୍ଲଟ ବୁକିଂ କରିବା ପରେ ଲୋକମାନେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଲଟ ନ ମିଳିବା ତଥା ଭିତ୍ତିଭୂମିର ମଧ୍ୟ ଅଭାବ ଅଭିଯୋଗ ହୋଇଥିଲା । ନମ୍ବର ଲଗାଇବାକୁ ଘଣ୍ଟା ଘଣ୍ଟା ଧରି ଲୋକମାନେ ବିଭିନ୍ନ ଶୋ' ରୁମ ବାହାରେ ଅପେକ୍ଷା କରୁଥିବା ଦେଖିବାକୁ ମିଳିଥିଲା । ଏହି ସବୁ ସମସ୍ୟାର ସମାଧାନ ପାଇଁ କିଛି ଲୋକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଶୁଶାଣିରେ ହାଇକୋର୍ଟ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ଅବଧିକୁ ବୃଦ୍ଧି କରିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha: High Security Number Plate Installation Duration Increased Again
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X