For Quick Alerts
Turn On Notification  
For Daily Alerts
Oneindia App Download

ଶହେ ଦିନର ପାଠ ପଢାରେ ରବିବାର ଖୋଲିବ ସ୍କୁଲ୍ : 30 ଶତକଡା କମିଲା ସିଲାବସ୍

ଚଳିତବର୍ଷ ଶହେ ଦିନ ପାଇଁ ସ୍କୁଲ୍ ଖୋଲିବ

|

ଭୁବନେଶ୍ୱର : ଆସନ୍ତା 8 ତାରିଖରୁ ରାଜ୍ୟରେ ସ୍କୁଲ ଖୋଲୁଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର୍ କରାଯାଇଛି । ତେବେ ଚଳିତବର୍ଷ ଶହେ ଦିନ ପାଇଁ ସ୍କୁଲ୍ ଖୋଲିବ । ସବୁଠାରୁ ବଡ କଥା ହେଲା ରବିବାର ସ୍କୁଲ୍ ଖୋଲିବା ସହ ପାଠ ପଢା ହେବ । ଶହେ ଦିନ ପାଠ ପଢା ହେଉଥିବାରୁ 30 ପ୍ରତିଶତ ପିଲାଙ୍କ ସିଲାବସକୁ କମାଇ ଦିଆଯାଇଛି । 70 ଶତକଡା ସିଲାବସରେ ପାଠପଢିବେ ଛାତ୍ରଛାତ୍ରୀ ବୋଲି ସ୍କୁଲ୍ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ଦାସ କହିଛନ୍ତି ।

ସମୀର ରଞ୍ଜନ ଦାସ

ଗୋଟିଏ ଶ୍ରେଣୀରେ 20ରୁ 25 ପିଲା ପାଠ ପଢିବେ । କ୍ଲାସରୁମ୍ ଠାରୁ ଆରମ୍ଭ କରି ସ୍କୁଲ୍ ହତା ଯାଏଁ ବିଶୋଧନ ଓ ପିଲାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯାଉଛି ବୋଲି ସେ କହିଛନ୍ତି । ପ୍ରତି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି । ଏହି ଅଫିସରମାନେ ଜିଲ୍ଲାପାଳ ଓ ଡିଆଇଓଙ୍କ ସହ ସମନ୍ୱୟ ରକ୍ଷା କରି କାମ କରିବେ । ଶିକ୍ଷକଙ୍କ ଆବଶ୍ୟକତା ରହିଥିଲେ ଏହାକୁ ତୁରନ୍ତ ପୂରଣ କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ସେହିପରି ଛାତ୍ରଛାତ୍ରୀମାନଙ୍କର କୋଭିଡ୍ ପରୀକ୍ଷା କରାଯିବ । ସ୍ୱାସ୍ଥ୍ୟ ବିଭାଗ ଏହି କୋଭିଡ୍ ପରୀକ୍ଷା କରିବ ବୋଲି କହିଥିବା ସେ କହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha High School Students will Study on 70 Percent Syllabus Said Minister Samir Das
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X