ଓମିକ୍ରନ୍ ମୁକାବିଲା ପାଇଁ ସଜାଗ ସରକାର, ସ୍ଥିତି ଦେଖି କଟକଣା ବଢାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ରାଜ୍ୟରେ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ପରେ ଆଲର୍ଟରେ ସରକାର । ଓମିକ୍ରନ ନେଇ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ । ଜିଲ୍ଲାର ସ୍ଥିତି ନେଇ ଜିଲ୍ଲାପାଳ ଓ ମୁନିସିପାଲ କମିଶନରଙ୍କୁ କଟକଣା ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ୱର: ରାଜ୍ୟରେ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ପରେ ଆଲର୍ଟରେ ସରକାର । ଓମିକ୍ରନ ନେଇ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ । ଜିଲ୍ଲାର ସ୍ଥିତି ନେଇ ଜିଲ୍ଲାପାଳ ଓ ମୁନିସିପାଲ କମିଶନରଙ୍କୁ କଟକଣା ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ତା ସହିତ ସର୍ଭେଲାନ୍ସ ବଢାଇବାକୁ ବି ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବାକି ଥିବା ଲୋକଙ୍କୁ ଖୁବଶୀଘ୍ର କିଭଳି ଟିକା ଦିଆଯିବ ସେନେଇ ମଧ୍ୟ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ବୈଠକରେ କୁହାଯାଇଛି ।

ଓମିକ୍ରନ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆରଟିପିସିଆରରେ ପଜିଟିଭ ସିଟି ଭ୍ୟାଲୁ ଅଧିକ ଥିବା ଲୋକଙ୍କ ଜିନୋମ ସିକ୍ୟୁଏନ୍ସିଂ କରାଯିବ । ଭିଡ଼ ନକରିବାକୁ ପରାମର୍ଶ ଦିଆଯିବା ସହ ଏନେଇ ଆସିପାରେ ଗାଇଡଲାଇନ୍ । ହଷ୍ଟେଲରେ ପିଲାଙ୍କ ଲକ୍ଷଣ ପ୍ରକାଶ ପାଇଲେ ଟେଷ୍ଟ ହେବା ପର୍ଯ୍ୟନ୍ତ ତୁରନ୍ତ ଅଲଗା ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଓମିକ୍ରନକୁ ନେଇ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ନିୟମ ପାଳନ କରିବା ସହିତ ସଚେତନ ରହିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ଼ର ନୂଆ ଭାରିଆଣ୍ଟ ଓମିକ୍ରନ୍ ଦ୍ରୁତ ବେଗରେ ବ୍ୟାପୁଛି । ତେଣୁ ଆମକୁ ସତର୍କ ରହିବା ସହ ମାସ୍କ ପିନ୍ଧିବା ଏବଂ ଦରକାର ନଥିଲେ ବାହାରକୁ ନଯିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରତିଟି ଜୀବନ ତାଙ୍କ ପାଇଁ ଗୁରୁତ୍ୱପୁର୍ଣ୍ଣ । ସମସ୍ତଙ୍କ ସହଯୋଗରେ ଏହି ଲହରକୁ ମୁକାବିଲା କରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।












Click it and Unblock the Notifications