ବାତ୍ୟା ‘ଦାନା’ ପ୍ରଭାବ, ଦୁଇ ଦିନ ହାଇକୋର୍ଟ ବନ୍ଦ ରହିବ
ଭୁବନେଶ୍ବର: ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ମାଡ଼ି ଆସୁଛି ବାତ୍ୟା ଦାନା। ପାରାଦୀପ ଠାରୁ ୪୬୦ କି.ମି ଓ ଧାମରାରୁ ୪୯୦ କିଲୋମିଟର ଦୂରରେ ରହିଛି ଦାନା। ଏହା ଘନୀଭୂତ ହୋଇ ଗୁରୁବାର ସକାଳେ ଭୀଷଣ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ଗୁରୁବାର ସନ୍ଧ୍ୟାରେ ଓଡ଼ିଶା ଉପକୂଳରେ ପହଞ୍ଚିବ ଦାନା।

ଗୁରୁବାର ରାତି ଓ ଶୁକ୍ରବାର ସକାଳ ସୁଦ୍ଧା ବାତ୍ୟା ସିଭିୟର ସାଇକ୍ଲୋନରେ ପରିଣତ ହୋଇ ଲ୍ୟାଣ୍ଡଫଲ୍ କରିବ। ଭିତରକନିକା-ଧାମରା ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ୍ । ତେବେ ବାତ୍ୟା 'ଦାନା'କୁ ଦୃଷ୍ଟିରେ ରଖି ହାଇକୋର୍ଟ ବନ୍ଦ ରହିବ । ଆସନ୍ତା ୨୪ ଓ ୨୫ ତାରିଖ ବନ୍ଦ ରହିବ ହାଇକୋର୍ଟ । ଏହା ବଦଳରେ ନଭେମ୍ବର ୩୦ (ଶନିବାର) ଖୋଲା ରହିବ କୋର୍ଟ । ଡିସେମ୍ବର ୭ ଶନିବାର ଖୋଲା ରହିବ ହାଇକୋର୍ଟ । ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।












Click it and Unblock the Notifications