ଓଡ଼ିଶା ସିଭିଲ୍ ସର୍ଭିସ ୨୦୨୧ ରେଜଲ୍ଟ ଉପରେ ଅନ୍ତରୀଣ ଅଙ୍କୁଶ ହଟାଇଲେ ହାଇକୋର୍ଟ
OPSC ପରୀକ୍ଷା, ୨୦୨୧ର ଫଳ ପ୍ରକାଶନ ଉପରୁ ଅନ୍ତରୀଣ ଅଙ୍କୁଶ ହଟାଇଲେ ହାଇକୋର୍ଟ । କୋର୍ଟଙ୍କ ବିନା ଅନୁମତିରେ ଫଳ ପ୍ରକାଶ ନକରିବାକୁ ଓଡିଶା ପବ୍ଲିକ ସର୍ଭିସ କମିଶନକୁ ନିର୍ଦ୍ଦେଶ ଦିଆଯାଇଥିଲା। ଫଳରେ ସମଗ୍ର ସିଭିଲ୍ ସର୍ଭସ୍ ପରୀକ୍ଷା ଫଳ ଉପରେ ପରୋକ୍ଷରେ କଟକଣା ରହିଥିଲା।
ଏହି ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ ପ୍ରସଙ୍ଗ ନେଇ OPSC କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲା । ଅଙ୍କୁଶ ଯୋଗୁଁ ଅନ୍ୟ ଶତାଧିକ ପ୍ରାର୍ଥୀ ପ୍ରଭାବିତ ହେବେ ବୋଲି ଆବେଦନରେ ଉଲ୍ଲେଖ କରିଥିଲା OPSC । ତେବେ ହାଇକୋର୍ଟ ଓପିଏସ୍ସି ଆବେଦନର ଶୁଣାଣି କରି ପୂର୍ବ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି ।
ଗୋଟିଏ ପଦବୀ ସଂରକ୍ଷିତ ରଖିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହି ପଦବୀରେ ହାଇକୋର୍ଟଙ୍କ ବିନା ଅନୁମତିରେ ନିଯୁକ୍ତି ଦିଆଯିବ ନାହିଁ ।

ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀ ସତୀଶ କୁମାର ପାଣିଗ୍ରାହୀଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ବଡ ନିର୍ଦେଶ ଦେଇଥିଲେ।
ଆବେଦନକାରୀଙ୍କୁ ଏବେ ଚାଲିଥିବା ପର୍ସନାଲିଟି ଟେଷ୍ଟରେ ସାମିଲ କରିବ OPSC । ଆବେଦନାକାରୀଙ୍କ ଡିଜାବଲିଟି ଟେଷ୍ଟ ପାଇଁ ମେଡିକାଲ ବୋର୍ଡ଼ ଗଠନ କରିବେ ରାଜ୍ୟ ସରକାର ।
ଆସନ୍ତା ଶୁଣାଣିରେ ଡିଜାବଲିଟି ଟେଷ୍ଟ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହା ସହ ସମସ୍ତ ପ୍ରତିପକ୍ଷଙ୍କୁ ଜବାବ ଦାଖଲ କରିବାକୁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।












Click it and Unblock the Notifications