କାହିଁକି ଖୋଲୁନି ରତ୍ନ ଭଣ୍ଡାର ? ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

ତ୍ନଭଣ୍ଡାର ଖୋଲିବା ମାମଲାରେ ବି ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲେ ହାଇକୋର୍ଟ । କେବେ ଠାରୁ ଓ କାହିଁକି ଖୋଲାଯାଉନି ରତ୍ନଭଣ୍ଡାର ? ସେ ସମ୍ପର୍କରେ ଜବାବ ଦାଖଲ ପାଇଁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।

କଟକ: ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷା ମାମଲାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଶୁଣାଣି ହୋଇଛି। ଶ୍ରୀମନ୍ଦିର ନାଟ୍ୟ ମଣ୍ଡପ ଓ ଜଗମୋହନ ମରାମତି ଆବଶ୍ୟକ ବୋଲି କୋର୍ଟ ମିତ୍ର ରିପୋର୍ଟ ଦେଲେ । ଆବଶ୍ୟକ ମରାମତି କାର୍ଯ୍ୟ ହୋଇନଥିବା ଏଥିରେ ସେ ଉଲ୍ଲେଖ କରିଛନ୍ତି । ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା କାମ ସାରିବାକୁ ASI କହିଥିଲେ ।

Ratna Bhandar

ସେପଟେ ରତ୍ନଭଣ୍ଡାର ଖୋଲିବା ମାମଲାରେ ବି ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲେ ହାଇକୋର୍ଟ । କେବେ ଠାରୁ ଓ କାହିଁକି ଖୋଲାଯାଉନି ରତ୍ନଭଣ୍ଡାର ? ସେ ସମ୍ପର୍କରେ ଜବାବ ଦାଖଲ ପାଇଁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରୀ ୫ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

୧୯୮୦ ମସିହାରୁ କାହିଁକି ରତ୍ନ ଭଣ୍ଡାର ଖୋଲା ଯାଇନାହିଁ ସେ ନେଇ ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ କୋଣାର୍କ ମନ୍ଦିରରୁ ବାଲି କଢ଼ାଯିବା ନେଇ ହୋଇଥିବା ମାମଲାରେ ରିପୋର୍ଟ ଦାଖଲ କରିଛନ୍ତି କୋର୍ଟ ମିତ୍ର। ବାଲି କଢ଼ା କାର୍ଯ୍ୟ ଜାରି ରହିଛି ଓ ଏନେଇ ଖୁବଶୀଘ୍ର ଜବାବ୍ ଦାଖଲ କରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+