Odisha High Court: ୧୯୮୨ରୁ ୨୦୧୭ ମଧ୍ୟରେ ନିର୍ମିତ କୋଠାର ପ୍ଲାନ୍ ଅନୁମୋଦନ ଆବଶ୍ୟକ ନାହିଁ
ଅଗ୍ନିଶମ ବିଭାଗ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ପ୍ରଦାନ ନିୟମକୁ କୋହଳ । ୧୯୮୨ରୁ ୨୦୧୭ ମଧ୍ୟରେ ନିର୍ମିତ କୋଠାଗୁଡ଼ିକର ଯଦି ଗୃହ ନିର୍ମାଣ ପ୍ଲାନ୍ ଅନୁମୋଦନ ନଥିବ, ତେବେ ଅନ୍ୟ ବ୍ୟବସ୍ଥାକୁ ବିଚାର କରି ସେମାନଙ୍କୁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପ୍ରଦାନ କରିବାକୁ ବିଭାଗ ନିଷ୍ପତ୍ତି ।
ଅନ୍ୟପଟେ ଅଗ୍ନିଶମ ବିଭାଗ ଦ୍ବାରା ସ୍ବୀକୃତିପ୍ରାପ୍ତ ସଂସ୍ଥାଠାରୁ ଅଗ୍ନି ନିରାପତ୍ତା ଉପକରଣ କିଣି ଘରେ ଲଗାଇଥିଲେ ହିଁ ନିରାପତ୍ତା ପ୍ରମାଣପତ୍ର ପ୍ରଦାନ କରାଯିବ। ତଥ୍ୟ ଅନୁଯାୟୀ, କଟକରେ ଏବେ ମାତ୍ର ୫ଟି ସଂସ୍ଥା ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ପାଇଛନ୍ତି।
ଚୌଧୁରୀବଜାରରେ ଥିବା ଦୁର୍ଗା ଫିଲ୍ମ ଏବଂ ଟ୍ରେଡ୍ ପ୍ରାଇଭେଟ୍ ଲିମିଟେଡ(ସପିଂ ମଲ୍)କୁ ତିନୋଟି ପୃଥକ ସାର୍ଟିଫିକେଟ୍ ମିଳିଥିବା ବେଳେ ତ୍ରିଶୂଳିଆରେ ଥିବା ସିଟି ଟ୍ରେଡ ଆର୍କେଡ ପ୍ରାଇଭେଟ୍ ଲିମିଟେଡ, ବାରଙ୍ଗରେ ଥିବା ମେଟ୍ରୋ ଗ୍ରିନ୍ଉଡ୍ ଆପାର୍ଟମେଣ୍ଟକୁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ମିଳିଛି। ଅଧିକାଂଶ ଘରର ନିର୍ମାଣ ପ୍ଲାନ୍ ଅନୁମୋଦନ ନଥିବାରୁ ନିରାପତ୍ତା ପ୍ରମାଣପତ୍ର ମିଳିବାରେ ସମସ୍ୟା ହେଉଥିଲା। ତେଣୁ ଏବେ ଏହି ସର୍ତ୍ତକୁ ଅଗ୍ନିଶମ ବିଭାଗ ପକ୍ଷରୁ ହଟାଇ ଦିଆଯାଇଛି।
ଫାୟାର ସେଫ୍ଟି ରୁଲ୍ ୨୦୨୫ ଅନୁଯାୟୀ, ମଲ୍ କିମ୍ବା ଅନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନ କୋଠାର ଉଚ୍ଚତା ୯ ମିଟରରୁ ଅଧିକ ବା ୩ ମହଲାରୁ ଅଧିକ ହୋଇଥିଲେ, ୫୦୦ବର୍ଗ ମିଟରରୁ ଅଧିକ ହୋଇଥିଲେ, ସେହି କୋଠାର ଅଗ୍ନି ନିରାପତ୍ତା ସାର୍ଟିଫିକେଟର ଆବଶ୍ୟକତା ରହିଛି।

ହସ୍ପିଟାଲ ଉଚ୍ଚତା ୧୨ ମିଟର କିମ୍ବା ଏହାଠାରୁ ଅଧିକ ହୋଇଥିଲେ, ଆଇସିୟୁ ବେଡ୍ କିମ୍ବା ୩୦ ବେଡ୍ରୁ ଅଧିକ ଥିଲେ ଅଥବା ୩ ମହଲାରୁ ଅଧିକ ହୋଇଥିଲେ, ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଆବଶ୍ୟକ। ସ୍କୁଲ, କଲେଜ କିମ୍ବା କୋଚିଂ ସେଣ୍ଟର ୩ ମହଲାରୁ ଅଧିକ ହୋଇଥିଲେ କିମ୍ବା ୧ ହଜାର ବର୍ଗଫୁଟରୁ ଅଧିକ ଅଞ୍ଚଳରେ ଥିଲେ, ସେଥିପାଇଁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଆବଶ୍ୟକ। କୋଠାରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପାଇଁ ଗାଡ଼ି ଯିବା ଆସିବା ପାଇଁ ରାସ୍ତା, ବିଦ୍ୟୁତ୍ ସୁରକ୍ଷା, କୋଠାର ସ୍ଥାୟିତ୍ବ ଇତ୍ୟାଦି ପ୍ରସଙ୍ଗକୁ ବିଚାର କରାଯିବ।












Click it and Unblock the Notifications