ASO ପରୀକ୍ଷା ବିବାଦ: ବିଜ୍ଞପ୍ତି ରଦ୍ଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଆସିଷ୍ଟାଣ୍ଡ ସେକ୍ସନ ଅଫିସର ବା ASO ପରୀକ୍ଷା ବିବାଦ ମାମଲାରେ ନିଷ୍ପତ୍ତି ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟ । ୨୦୨୨ ରେ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ରଦ୍ଧ କଲେ ହାଇକୋର୍ଟ ।
କଟକ: ଆସିଷ୍ଟାଣ୍ଡ ସେକ୍ସନ ଅଫିସର ବା ASO ପରୀକ୍ଷା ବିବାଦ ମାମଲାରେ ନିଷ୍ପତ୍ତି ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟ । ୨୦୨୨ ରେ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ରଦ୍ଧ କଲେ ହାଇକୋର୍ଟ । ୨୦୧୬ ବିଜ୍ଞପ୍ତି ଆଧାରରେ ସାନି ମେଧା ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ସବୁ ପରୀକ୍ଷାର୍ଥୀଙ୍କ ମାର୍କ ମଧ୍ୟ ପ୍ରକାଶ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିଯୁକ୍ତି ପ୍ରକ୍ରିୟା ଶେଷ ପରେ ମାର୍କ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଓଡିଶା ଲୋକ ସେବା ଆୟୋଗ ପକ୍ଷରୁ କରାଯାଇଥିବା ଏଏସଓ ପରୀକ୍ଷା ରେ ହୋଇଥିବା ମୂଲ୍ୟାୟନ ପ୍ରକ୍ରିୟାରେ ତ୍ରୁଟି ଥିବା ଅଭିଯୋଗ କରିଥିଲେ ପରୀକ୍ଷାର୍ଥୀ । ପରୀକ୍ଷା ଦେଇ ନଥିବା ପିଲା ପରୀକ୍ଷାରେ ପାସ କରିବା, ମାର୍କସିଟ, କଟଅଫ ମାର୍କ ଆସିବାରେ ବିଳମ୍ବ ନେଇ ଅଭିଯୋଗ କରିଥିଲେ ଛାତ୍ରଛାତ୍ରୀ। ତୁରନ୍ତ ଏହି ଦିଗରେ ପଦକ୍ଷେପ ନିଆଯିବା ନେଇ ଦାବି କରିଥିଲେ । ଏନେଇ ଅନେକ ଛାତ୍ର ଛାତ୍ରୀ OPSC କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ। ଶେଷରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରୀକ୍ଷାର୍ଥୀ ।
ତେବେ ଆଜି ମାମଲାରେ ଶୁଣାଣି କରି କୋର୍ଟ ନିଜ ରାୟରେ କହିଛନ୍ତି ଯେ, ୨୦୨୨ ବିଜ୍ଞପ୍ତିକୁ ରଦ୍ଦ କରି ୨୦୧୬ ବିଜ୍ଞପ୍ତି ଆଧାରରେ ମେଧା ତାଲିକା ପ୍ରକାଶ କରାଯାଉ । ଯାହାକୁ ନେଇ ଅସନ୍ତୁଷ୍ଟ ଥିବା ପ୍ରାର୍ଥୀଙ୍କ ଖୁସିର ମାହୋଲ ଦେଖିବାକୁ ମିଳିଛି ।












Click it and Unblock the Notifications