Odisha High Court: 'ଅସିଦ୍ଧ ବିବାହରୁ ଜନ୍ମିତ ସନ୍ତାନଙ୍କର ବାପାଙ୍କ ସମ୍ପତ୍ତିରେ ଅଛି ଅଧିକାର
ପ୍ରଥମ ପତ୍ନୀ ଜୀବିତ ଥିବା ବେଳେ ଦ୍ବିତୀୟ ବିବାହ ଆଇନ ସମ୍ମତ ନୁହେଁ । ତେଣୁ ଏହି ଅସିଦ୍ଧ ବିବାହରୁ ଜନ୍ମିତ ସନ୍ତାନଙ୍କ ନିଜ ପିତାଙ୍କ ସଂପତ୍ତିରେ ଅଧିକାର ରହିଛି ବୋଲି ଓଡିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ।
କୋର୍ଟ କହିଛନ୍ତି ଅସିଦ୍ଧ ବିବାହରୁ ଜନ୍ମିତ ସନ୍ତାନର ନିଜ ପିତାଙ୍କ ସ୍ବ-ଅର୍ଜିତ ସମ୍ପତ୍ତି ସହିତ ପୈତୃକ ସମ୍ପତ୍ତି ଉପରେ ଅଧିକାର ରହିଛି । ହିନ୍ଦୁ ବିବାହ ଅଧିନିୟମ-୧୯୫୬ର ଧାରା ୧୬ ଅନୁସାରେ ଅମାନ୍ୟ ଘୋଷିତ ବା ଅସିଦ୍ଧ ବିବାହ ଫଳ ସ୍ବରୂପ ଜନ୍ମିତ ସନ୍ତାନକୁ ବୈଧତା ପ୍ରଦାନ କରାଯାଇଛି । ସେହିଭଳି ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୫୬ ଅନୁସାରେ ଏଭଳି ବୈଧ ସନ୍ତାନଙ୍କ ନିଜ ପିତାମାତାଙ୍କ ସମ୍ପତ୍ତି ଉପରେ ଉତ୍ତରାଧିକାରୀ ଭାବେ ଅଧିକାର ରହିଛି ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି । ଜଷ୍ଟିସ ବି.ପି.ରାଉତରାୟ ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ରାୟ ପ୍ରଦାନ କରିଛନ୍ତି ।
କଣ ଥିଲା ମାମଲା ? ମାମଲାର ବିବରଣୀରୁ ଜଣା ପଡ଼ିଛି ଯେ, ମାମଲାରେ ପ୍ରତିପକ୍ଷ ଜନୈକ ମୃତକ ବ୍ୟକ୍ତିଙ୍କ ଉତ୍ତରାଧିକାରୀ ଓ ଆଇନଗତ ଭାବେ ବିବାହିତ ପତ୍ନୀ ଭାବେ ମାନ୍ୟତା ଦାବି କରି ଭୁବନେଶ୍ୱର ପରିବାର ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ମୃତକଙ୍କ ସହ ତାଙ୍କର ବିବାହ ୧୯୬୬ରେ ହିନ୍ଦୁ ରୀତିନୀତି ଅନୁସାରେ ସମ୍ପନ୍ନ ହେବା ସହ ଉଭୟ ଏକତ୍ର ରହୁଥିଲେ ବୋଲି ଦର୍ଶାଯାଇଥିଲା ।

ଅନ୍ୟପଟରେ ଆବେଦନକାରୀ ମହିଳା ନିଜକୁ ସମ୍ପୃକ୍ତ ମୃତକଙ୍କ ପତ୍ନୀ ଭାବେ ଦାବି କରିଥିଲେ । ଆବେଦନକାରୀ କେବଳ ତାଙ୍କ ସ୍ବାମୀଙ୍କ ସହ ଏକତ୍ର କାର୍ଯ୍ୟ କରୁଥିଲେ ଓ ତାଙ୍କର କୋଣସି ବୈବାହିକ ସମ୍ପର୍କ ନଥିଲା ବୋଲି ପ୍ରତିପକ୍ଷଙ୍କ ପକ୍ଷରୁ ଭୁବନେଶ୍ୱର ପରିବାର ଅଦାଲତରେ ଦର୍ଶାଯାଇଥିଲା ।
ପରିବାର ଅଦାଲତ କେବଳ ପ୍ରତିପକ୍ଷ ଓ ତାଙ୍କ ସନ୍ତାନଙ୍କୁ ମୃତକ ବ୍ୟକ୍ତିଙ୍କ ଉରାଧିକାରୀ ଭାବେ ଗ୍ରହଣ କରି ମାମଲାର ପରିସମାପ୍ତି ଘଟାଇ ଥିଲେ।
ଏପରି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ମହିଳା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପ୍ରତିପକ୍ଷ ମହିଳା ମୃତ ବ୍ୟକ୍ତିଙ୍କ ଆଇନ ଅନୁସାରେ ବିବାହିତ ପତ୍ନୀ ଓ ଉତ୍ତରାଧିକାରୀ ବୋଲି ପରିବାର ଅଦାଲତ ଉଚିତ୍ ଭାବେ ଘୋଷଣା କରିଥିଲେ ବୋଲି ହାଇକୋର୍ଟ କହିଛନ୍ତି । ଏଥି ସହିତ ପରିବାର ଅଦାଲତଙ୍କ ଆଦେଶରେ ହାଇକୋର୍ଟ ପରିବର୍ତ୍ତନ କରି ଆବେଦନକାରୀଙ୍କ ସହ ମୃତକ ବ୍ୟକ୍ତିଙ୍କ ସମ୍ପର୍କରୁ ଜନ୍ମିତ ସନ୍ତାନଙ୍କ ମଧ୍ୟ ନିଜ ପିତାଙ୍କ ସ୍ବ-ଅର୍ଜିତ ଓ ପୈତୃକ ସମ୍ପତ୍ତି ଉପରେ ଅଧିକାର ରହିଛି ବୋଲି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications