ASO ପରୀକ୍ଷାକୁ ନେଇ ବଡ଼ ରାୟ ଦେଲେ ହାଇକୋର୍ଟ
ASO ପରୀକ୍ଷାକୁ ନେଇ ବଡ଼ ରାୟ ଦେଲେ ହାଇକୋର୍ଟ । ଚୂଡ଼ାନ୍ତ ତାଲିକା ପ୍ରକାଶ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ । ଶୁଣାଣି ଶେଷ ନହେବା ଯାଏଁ ଚୂଡ଼ାନ୍ତ ଫଳ ପ୍ରକାଶ ହୋଇପାରିବନି ବୋଲି ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
କଟକ: ASO ପରୀକ୍ଷାକୁ ନେଇ ବଡ଼ ରାୟ ଦେଲେ ହାଇକୋର୍ଟ । ଚୂଡ଼ାନ୍ତ ତାଲିକା ପ୍ରକାଶ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ । ଶୁଣାଣି ଶେଷ ନହେବା ଯାଏଁ ଚୂଡ଼ାନ୍ତ ଫଳ ପ୍ରକାଶ ହୋଇପାରିବନି ବୋଲି ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । କମ୍ପ୍ୟୁଟର ଟେଷ୍ଟ ହେଲେ ବି ଚୂଡ଼ାନ୍ତ ତାଲିକା ପ୍ରକାଶ ଉପରେ ରୋକ୍ ଲାଗିଛି । କୋର୍ଟଙ୍କ ବିନା ଅନୁମତିରେ ରେଜଲ୍ଟ ପ୍ରକାଶ କରିପାରିବନି OPSC ।

ଆବେଦନକାରୀଙ୍କ ତଥ୍ୟ ବିଚାରଯୋଗ୍ୟ ବୋଲି ଏଭଳି ନିଷ୍ପତି ନେଇଛନ୍ତି ଉଚ୍ଚନ୍ୟାୟାଳୟ । ଏହି ମାମଲା ନେଇ ଆସନ୍ତା ୨୦ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟଙ୍କ ନିଷ୍ପତି । ASO ପରୀକ୍ଷାକୁ ନେଇ ହାଇକୋର୍ଟରେ ପୁଣି ଏକ ମାମଲା ଦାୟର ହୋଇଥିଲା। କିଛି ପରୀକ୍ଷାର୍ଥୀ ହାଇକୋର୍ଟରେ ସାନି ମାମଲା ଦାୟର କରିଥିଲେ। ଚୟନ ପାଇଁ ବିଷୟ ଭିତ୍ତିକ ସର୍ବନିମ୍ନ ମାର୍କ ବ୍ୟବସ୍ଥା ଉଚ୍ଛେଦକୁ ଦାବି କରି ହାଇକୋର୍ଟରେ ଆବେଦନ ହୋଇଥିଲା । ବିଷୟ ଭିତ୍ତିକ ସର୍ବନିମ୍ନ ମାର୍କ ଉଠାଇ ମେରିଟ ଲିଷ୍ଟ ପ୍ରକାଶ କରିବାକୁ ପରୀକ୍ଷାର୍ଥୀ ଦାବି କରିଛନ୍ତି । ତେବେ OPSCକୁ ଆବେଦନର କପି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବରୁ ଓଡ଼ିଶା ଲୋକସେବା ଆୟୋଗ କହିଥିଲେ, ଏଏସଓ ପରୀକ୍ଷା ଅତ୍ୟନ୍ତ ସ୍ୱଚ୍ଛତାର ସହ ହୋଇଛି । ଏଥିରେ କୌଣସି ପ୍ରକାର ଅନିୟମିତତା ହୋଇନାହିଁ । ମେଧାବୀ ହିଁ ପ୍ରାର୍ଥୀ ଚୟନର ଏକମାତ୍ର ମାପଦଣ୍ଡ । ଯାହାର ଅଭିଯୋଗ କରିବାର ଅଛି ରେଜଲ୍ଟ ବାହାରିଲା ପରେ ଅଭିଯୋଗ କରନ୍ତୁ ବୋଲି କହିଥିଲେ ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି । ଫାଇନାଲ ରେଜଲ୍ଟ ପରେ ହିଁ ମାର୍କ ସିଟ୍ ଓ ଉତ୍ତର ଅପଲୋଡ଼ ହେବ । କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବେ ଆବେଦନକାରୀଙ୍କୁ ଆଶ୍ୱସ୍ତ କରିଛି ।












Click it and Unblock the Notifications