ଓଡ଼ିଶା ହାଇକୋର୍ଟରେ ୪ ଜଣ ନୂଆ ବିଚାରପତି ନିଯୁକ୍ତ
‘ସୁପ୍ରିମ୍ କୋର୍ଟ କଲିଜିୟମ୍’ ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ଲାଗି ୪ ଜଣଙ୍କ ନାମ ଅନୁମୋଦନ କରିଥିବା ସୂଚନା ମିଳିଛି ।
କଟକ: 'ସୁପ୍ରିମ୍ କୋର୍ଟ କଲିଜିୟମ୍' ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ଲାଗି ୪ ଜଣଙ୍କ ନାମ ଅନୁମୋଦନ କରିଥିବା ସୂଚନା ମିଳିଛି । ଦୁଇ ଜଣ ଆଡ୍ଭୋକେଟ୍ ଓ ଦୁଇ ଜଣ ଜୁଡ଼ିସିଆଲ ଅଫିସରଙ୍କୁ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି।

ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇବାକୁ ମନୋନୀତ ହୋଇଥିବା ବ୍ୟକ୍ତିମାନେ ହେଲେ, ଆଡ୍ଭୋକେଟ୍ ଆଦିତ୍ୟ କୁମାର ମହାପାତ୍ର ଏବଂ ମୃଗାଙ୍କ ଶେଖର ସାହୁ, ବିଚାର ବିଭାଗୀୟ ଅଧିକାରୀ ରାଧାକୃଷ୍ଣ ପଟ୍ଟନାୟକ ଏବଂ ଶଶୀକାନ୍ତ ମିଶ୍ର।
ଆଦିତ୍ୟ କୁମାର ମହାପାତ୍ର ଓ ମୃଗାଙ୍କ ଶେଖର ସାହୁ ଆଡ୍ଭୋକେଟ୍ରୁ ବିଚାରପତି ହୋଇଥିବା ବେଳେ ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର ଜୁଡ଼ିସିଆଲ୍ ଅଫିସରରୁ ଏହି ପଦକୁ ଉନ୍ନୀତ ହୋଇଛନ୍ତି।












Click it and Unblock the Notifications