IAS ବିଷ୍ଣୁପଦଙ୍କର ଅନ୍ତରୀଣ ସୁରକ୍ଷା ବଢ଼ାଇଲେ ହାଇକୋର୍ଟ, ଆସନ୍ତା ୬ରେ ହେବ .....
ଭୁବନେଶ୍ୱର: ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍ ପ୍ରସଙ୍ଗକୁ ନେଇ ଏକ ଖବର ସାମ୍ନାକୁ ଆସିଛି। ବିଷ୍ଣୁପଦ ଓ ତାଙ୍କ ପରିବାରର ଅନ୍ତରୀଣ ସୁରକ୍ଷା ବଢିଛି। ଅନ୍ତରୀଣ ସୁରକ୍ଷା ବଢାଇଛନ୍ତି ହାଇକୋର୍ଟ। ଆସନ୍ତା ମେ ୬ ତାରିଖରେ ହାଇକୋର୍ଟ ଶୁଣାଣି କରିବେ। ସୂଚନାମୁତାବକ, ଟେଣ୍ଡର ଫିକ୍ସିଂ ମାମଲାରେ ଗତ ୧୮ ତାରିଖରେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ଘରେ ଚଢ଼ାଉ କରିଥିଲା ସବିଆଇର ୮ ଜଣିଆ ଟିମ୍ । ଟେଣ୍ଡର ଫିକ୍ସିଂ ମାମଲାରେ ବାରାମ୍ବାର ସମନ ପରେ ମଧ୍ୟ ହାଜର ହେଉନଥିଲେ ବିଷ୍ଣୁପଦ ସେଠୀ ।
ଏହାପରେ ତାଙ୍କ ବାସଭବନରେ ଚଢ଼ାଉ କରିଥିଲା ସିବିଆଇ । ପୂର୍ବରୁ ବିଭିନ୍ନ ପ୍ରସଙ୍ଗ ନେଇ ତାଙ୍କ ବିରୋଧରେ ଅଭିଯୋଗ ଥିବାବେଳେ ବ୍ରିଜ୍ ଆଣ୍ଡ୍ କମ୍ପାନୀକୁ ଅନୁକମ୍ପା ଦେଖାଇବା ଅଭିଯୋଗରେ ତନାଘନା ଚାଲିଥିଲା । ଡିସେମ୍ବର ୮ ତାରିଖରେ ଭୁବନେଶ୍ୱରରେ ଏକ ରିଅଲ୍ ଇଷ୍ଟେଟ୍ କମ୍ପାନିରୁ କାର୍ଯ୍ୟାଦେଶ ପ୍ରତିଶ୍ରୁତି ଦେଇ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଥିବା ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନି (ଇଣ୍ଡିଆ) ଲିମିଟେଡ୍ ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ପଚରାଉଚରା ସମୟରେ ତାଙ୍କ ନାମ ନେବା ପରେ ବିଷ୍ଣୁପଦ ସେଠୀ ସିବିଆଇ ସ୍କାନରକୁ ଆସିଥିଲେ।

ମୁଖାର୍ଜୀଙ୍କଠାରୁ ମିଳିଥିବା ସୂଚନା ଆଧାରରେ, ସିବିଆଇ ବିଷ୍ଣୁଙ୍କୁ ଏହି ବିଷୟରେ ପଚରାଉଚରା ପାଇଁ ସମନ କରିଥିଲା ଏବଂ ପରେ ଦିଲ୍ଲୀରୁ ଏକ ୮ ଜଣିଆ ସିବିଆଇ ଦଳ ଫେବ୍ରୁଆରି ୧୮ ରେ ତାଙ୍କ ସରକାରୀ କ୍ୱାର୍ଟରରେ ଚଢାଉ କରିଥିଲା। କିନ୍ତୁ, ଯେତେବେଳେ ଚଢାଉ କରିବାକୁ ପହଞ୍ଚିଥିଲେ ୧୯୯୫ବ୍ୟାଚ୍ ଅଧିକାରୀ ଏବଂ ସିବିଆଇ ଅଧିକାରୀଙ୍କ ମଧ୍ୟରେ ବିବାଦ ହୋଇଥିଲା।












Click it and Unblock the Notifications