ପୁରୀ ବ୍ୟତିତ ଅନ୍ୟ କେଉଁଠି ରଥଯାତ୍ରା ନ ହେବା ପ୍ରସଙ୍ଗ: ପିଟିସନ ଖାରଜ କଲେ ହାଇକୋର୍ଟ
କେବଳ ପୁରୀରେ ହେବ ରଥଯାତ୍ରା । ପୁରୀ ବ୍ୟତିତ ଅନ୍ୟସ୍ଥାନରେ ରଥଯାତ୍ରା କରାଇବା ପ୍ରସଙ୍ଗରେ ହସ୍ତକ୍ଷେପ କଲେ ନାହିଁ ହାଇକୋର୍ଟ ।
କଟକ: କେବଳ ପୁରୀରେ ହେବ ରଥଯାତ୍ରା । ପୁରୀ ବ୍ୟତିତ ଅନ୍ୟସ୍ଥାନରେ ରଥଯାତ୍ରା କରାଇବା ପ୍ରସଙ୍ଗରେ ହସ୍ତକ୍ଷେପ କଲେ ନାହିଁ ହାଇକୋର୍ଟ । ପୁରୀକୁ ଛାଡି ଦେଲେ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇ ପାରିବ ନାହିଁ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇସାରିଛନ୍ତି ।

କରୋନା କଟକଣା ମାନି ପୁରୀ ଭଳି, କେନ୍ଦ୍ରାପଡା ବଳଦେବ ଜୀଉ ଓ ବରଗଡ ଭଟଲିରେ ରଥଯାତ୍ରା କରିବାକୁ ଅନୁମତି ପ୍ରଦାନ ପାଇଁ ହାଇକୋର୍ଟରେ ଆବେଦନ କରାଯାଇଥିଲା । ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ ଏବଂ ହୋଇଥିବା ସମସ୍ତ ଆବେଦନକୁ ଖାରଜ କରି ଦେଇଛନ୍ତି ।
ପୁରୀରେ ବିନା ଭକ୍ତରେ ରଥଯାତ୍ରା ହେବ, ଏହା ବ୍ୟତିତ୍ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବ ନାହିଁ ବୋଲି ସରକାର ଘୋଷଣା କରିବା ପରେ ଅନେକ ସ୍ଥାନରେ ରଥଯାତ୍ରା କରିବାକୁ ଦାବି ହୋଇଛି । ଏନେଇ ହାଇକୋର୍ଟରେ ମଧ୍ୟ ଆବେଦନ ହୋଇଥିଲା ।
ଗତବର୍ଷ ସୁପ୍ରିମକୋର୍ଟ ପୁରୀରେ କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ରଥଯାତ୍ରା ପାଳନ କରିବାକୁ ଅନୁମତି ଦେଇଥିଲେ । ତେବେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କୋଭିଡ୍ ଗାଇଡଲାଇନ୍ ଅନୁସାରେ ପୁରୀରେ ରଥଯାତ୍ରା ପାଳନ ହେବ । ଚଳିତବର୍ଷ ପୁରୀରେ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଏବଂ ରଥଯାତ୍ରା ପାଳନ କରାଯିବ ।












Click it and Unblock the Notifications