ଏଥର ଦୀପାବଳିରେ ଫୁଟିବ ସବୁଜ ବାଣ: ଅନୁମତି ଦେଲେ ହାଇକୋର୍ଟ
ଦୀପାବଳିରେ ଫୁଟିବ ସବୁଜ ବାଣ । ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ଦେଲେ ହାଇକୋର୍ଟ । ଦୀପାବଳି ଦିନ କେବଳ ୨ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି । ରାତି ୮ରୁ ୧୦ ମଧ୍ୟରେ ବାଣ ଫୁଟାଇ ପାରିବେ । ପିଇଏସଓ ଅନୁମତି ପ୍ରାପ୍ତ ବାଣ ଫୁଟାଇବାକୁ ମଞ୍ଜୁରୀ ।
କଟକ: ଦୀପାବଳିରେ ଫୁଟିବ ସବୁଜ ବାଣ । ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ଦେଲେ ହାଇକୋର୍ଟ । ଦୀପାବଳି ଦିନ କେବଳ ୨ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି । ରାତି ୮ରୁ ୧୦ ମଧ୍ୟରେ ବାଣ ଫୁଟାଇ ପାରିବେ । ପିଇଏସଓ ଅନୁମତି ପ୍ରାପ୍ତ ବାଣ ଫୁଟାଇବାକୁ ମଞ୍ଜୁରୀ ।

ଅଲ୍ ଓଡ଼ିଶା ଫାୟାର ୱାର୍କ୍ସ ଡିଲର୍ସ ଆସୋସିଏସନ୍ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ରାୟ ଦେଇଛନ୍ତି ହାଇକୋର୍ଟ। କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ଅନୁସାରେ ବିକ୍ରୀ ହୋଇ ପାରିବ ସବୁଜ ବାଣ। ବାଣ ଫୁଟାଇବାକୁ ଅନୁମତି ପ୍ରଦାନ କରିଛନ୍ତି ହାଇକୋର୍ଟ ।
କୋଭିଡ ସମୟରେ କଟକଣାକୁ ଅନୁପାଳନ କରିବା ଏବଂ ବାୟୁ ମଣ୍ଡଳ ପ୍ରଦୂଷିତ ହେଉଥିବାରୁ ଏହା ଉପରେ ପ୍ରତିବନ୍ଧକ ଜାରି କରିଥିଲେ ରାଜ୍ୟ ସରକାର । ତେବେ ଯଦିବା ହାଇକୋର୍ଟ ବାଣ ଫୁଟାକୁ ଅନୁମତି ଦେଇଛନ୍ତି , କିନ୍ତୁ ଯେକୌଣସି ବାଣ ଫୁଟାଇପାରିବେ ନାହିଁ ଲୋକେ । କେବଳ ସବୁଜ ବାଣକୁ ଅନୁମତି ଦେଇଛନ୍ତି ଅଦାଲତ ।












Click it and Unblock the Notifications