ସାବଧାନ! ହେଲମେଟ ନଥିଲେ ୩ ମାସ ଲାଇସେନ୍ସ ବାତିଲ, ହଜାରେ ଫାଇନ୍

ଆସନ୍ତା ଅଗଷ୍ଟ ୧୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହେଲମେଟ ଚେକିଂ କଡ଼ାକଡ଼ି ହେବ । ଏଣିକି ବିନା ହେଲମେଟରେ ଯାତ୍ରା କରିବା ମହଙ୍ଗା ପଡିବ ।

କଟକ: ଆସନ୍ତା ଅଗଷ୍ଟ ୧୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହେଲମେଟ ଚେକିଂ କଡ଼ାକଡ଼ି ହେବ । ଏଣିକି ବିନା ହେଲମେଟରେ ଯାତ୍ରା କରିବା ମହଙ୍ଗା ପଡିବ । ପରିବହନ ବିଭାଗ ଚଳିତ ୧୬ ତାରିଖରୁ ଏକ ସ୍ବତନ୍ତ୍ର ଡ୍ରାଇଭ୍ ଆରମ୍ଭ କରୁଛି । ହେଲମେଟ୍ ପିନ୍ଧି ନଥିଲେ ୩ ମାସ ଯାଏ ଗାଡ଼ିର ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ଏବଂ ଡ୍ରାଇଭିଂ ଲାଇସେନ୍ସ ନଥିଲେ ଗାଡ଼ି ଜବତ କରିବାକୁ ରାଜ୍ୟର ସମସ୍ତ ଆରଟିଓକୁ ନିର୍ଦ୍ଦେଶ ଦିଆଯାଇଛି ।

Helmet

ଏକ ସର୍ଭେରୁ ଜଣାପଡ଼ିଛି ଯେ ୩୩ ପ୍ରତିଶତ ବାଇକ ଚାଳକଙ୍କ ମୃତ୍ୟୁ କେବଳ ବିନା ହେଲମେଟ୍ ଯୋଗୁ ହିଁ ହୋଇଛି । ଦିନକୁ ଦିନ ବାଇକ୍ ଚାଳକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ବଢ଼ିବାରେ ଲାଗିଥିବାରୁ ଏହା ରାଜ୍ୟ ପାଇଁ ଏକ ଉଦବେଗଜନ ପ୍ରସଙ୍ଗ ହୋଇଛି । ବିନା ହେଲମେଟରେ ଗାଡ଼ି ଚଳାଉଥିବା ବ୍ୟକ୍ତି ଏବଂ ତାଙ୍କ ପଛରେ ବସୁଥିବା ସହଯାତ୍ରୀ ହେଲମେଟ୍ ନ ପିନ୍ଧିଥିଲେ ୧ ହଜାର ଟଙ୍କା ଜରିମାନା ଏବଂ ୩ ମାସ ପର୍ଯ୍ୟନ୍ତ ଗାଡ଼ି ଲାଇସେନ୍ସ ବାତିଲ୍ କରିବାର ବ୍ୟବସ୍ଥା ମୋଟର ଯାନ ଆଇନରେ ଥିବା ବେଳେ ଏହାକୁ କଡ଼ାକଡ଼ି କରିବାକୁ ପରିବହନ କମିସନର ନିଷ୍ପତ୍ତି ନେଇଛନ୍ତି ।

ଏହି ଚଢ଼ଉ କାର୍ଯ୍ୟକ୍ରମରେ ଅତିରିକ୍ତ ଆରଟିଓ (ଏନଫୋର୍ସମେଣ୍ଟ) ଅତିରିକ୍ତ ଏମଭିଆଇ, କନିଷ୍ଠ ଏମଭିଆଇ, ଟ୍ରାଫିକ ଇନସ୍ପେକ୍ଟର, ଟ୍ରାଫିକ ଏସଆଇ ସାମିଲ ହେବେ। ଆରଟିଓ ଏବଂ ଏମଭିଆଇ ଏହି ଚଢ଼ଉକୁ ଅନୁଧ୍ୟାନ କରିବେ। ଧାର୍ଯ୍ୟ ତାରିଖ ପରେ ଆରଟିଓ ବାରି ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ କେତେ ସଂଖ୍ୟାର ଅମାନିଆ କେଉଁ ସ୍ଥାନରେ ଧରାପଡ଼ିଲେ, କେଉଁମାନଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ହୋଇଛି, କେତେ ଜଣଙ୍କ ବିରୋଧରେ ଚାଲାଣ ଜାରି କରାଯାଇଛି, ସେ ସମ୍ପର୍କିତ ଏକ ରିପୋର୍ଟ କମିସନରଙ୍କ ନିକଟରେ ଦାଖଲ କରିବାକୁ ପରିବହନ କମିସନରଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଏହି ଚଢ଼ଉ ସକାଳ ୯ଟାରୁ ଦିନ ୨ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ଚଢ଼ଉ ଜାତୀୟ ରାଜପଥ, ରାଜ୍ୟ ରାଜପଥ, ବ୍ଲାକ୍ ସ୍ପଟ୍ ଚିହ୍ନଟ ହୋଇଥିବା ସ୍ଥାନ ମାନଙ୍କରେ କରାଯିବ। ଯଦି ଆବଶ୍ୟକ ପଡ଼େ ତେବେ ଆରଟିଓ ପୋଲିସ ସହାୟତା ପାଇଁ ଜିଲ୍ଲା ସ୍ତରରେ ଏସପିଙ୍କୁ ଏ ସଂକ୍ରାନ୍ତରେ ଅବଗତ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+