For Quick Alerts
Turn On Notification  
For Daily Alerts
Oneindia App Download

ଲଗାଣ ବର୍ଷାରେ ୧୧ ଜିଲ୍ଲାର ୫୩ ବ୍ଲକ ପ୍ରଭାବିତ, ୩ ମୃତ

ରାଜ୍ୟରେ ବର୍ଷା ବିତ୍ପାତରେ କ୍ଷୟକ୍ଷତି ନେଇ ପ୍ରାରମ୍ଭିକ ରିପୋର୍ଟ ଦେଇଛନ୍ତି ସରକାର ।

|

ଭୁବନେଶ୍ୱର: ରାଜ୍ୟରେ ବର୍ଷା ବିତ୍ପାତରେ କ୍ଷୟକ୍ଷତି ନେଇ ପ୍ରାରମ୍ଭିକ ରିପୋର୍ଟ ଦେଇଛନ୍ତି ସରକାର । ଲଘୁଚାପଜନିତ ଲଗାଣ ବର୍ଷା ପ୍ରଭାବରେ ୧୧ଟି ଜିଲ୍ଲାରେ ଧନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ୧୧ଟି ଜିଲ୍ଲାର ୫୩ଟି ବ୍ଲକ ପ୍ରଭାବିତ ହୋଇଛି । ଭାଙ୍ଗିଛି ୨୬୫ ଘର। ସେହିପରି ୩ଜଣଙ୍କ ମୃତ୍ୟୁ ଘଟିଛି।

 Odisha Heavy Rainfall

କେନ୍ଦ୍ରାପଡ଼ାରେ କାନ୍ଥ ପଡ଼ି ୨ଜଣ ଓ ଖୋର୍ଦ୍ଧା ଜିଲ୍ଲାରେ ଜଣେ ପାଣିରେ ବୁଡ଼ି ପ୍ରାଣ ହରାଇଥିବା ବେଳେ ଏ ଦିଗରେ ଅଧିକ ତଦନ୍ତ ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି ରହିଛି। ଏହାସହିତ ୩୮୧୯ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ଜଗତସିଂହପୁରର ୮ଟି ବ୍ଲକ ବର୍ଷାରେ ପ୍ରଭାବିତ ହୋଇଥିବା ବେଳେ ୧୯୮ଟି ଗ୍ରାମପଞ୍ଚାୟତ ପ୍ରଭାବିତ ହୋଇଛି । ଜଗତସିଂହପୁରରେ ମୋଟ୍ ୧୧,୩୬,୯୭୧ ଲୋକ ପ୍ରଭାବିତ ହୋଇଛନ୍ତି । ସେହିପରି କେନ୍ଦ୍ରାପଡାର ଜିଲ୍ଲାର ୫ଟି ବ୍ଲକର ୮୧୧ଟି ଗାଁ ବର୍ଷାରେ ପ୍ରଭାବିତ ହୋଇଥିବା ବେଳେ ମୋଟ୍ ୭,୭୯,୨୪୧ ଲୋକ ପ୍ରଭାବିତ ହୋଇଛନ୍ତି । ସେପଟେ କଳାହାଣ୍ଡି ଜିଲ୍ଲାର ୨ଟି ବ୍ଲକର ୩ଟି ଗାଁ, କନ୍ଧମାଳର ୩ ବ୍ଲକର ୨୦ଟି ଗାଁ, କୋରାପୁଟର ୫ ବ୍ଲକର ୨୦ଟି ଗାଁ, କଟକର ୨ଟି ବ୍ଲକର ୨,୫୫୬ ଲୋକ, ଯାଜପୁରର ୮ଟି ବ୍ଲକର ୮ ହଜାର ଲୋକ, ପୁରୀ ଜିଲ୍ଲାର ୪ଟି ବ୍ଲକର ୧୫,୪୩୪ ଲୋକ, ଢେଙ୍କାନାଳ ଜିଲ୍ଲାର ୩ଟି ବ୍ଲକର ୯ଟି ଗାଁ ଲଗାଣ ବର୍ଷାରେ ପ୍ରଭାବିତ ହୋଇଛି ।

ସେହିପରି ଖୋର୍ଦ୍ଧା ଜିଲ୍ଲାର ୩୨ଟି ଗାଁ, ୧୨୫୭ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ମୋଟ୍ ୯୮ଟି ଘର ଭାଙ୍ଗିଛି । ଅନୁଗୁଳରେ ୩ଟି ବ୍ଲକ ପ୍ରଭାବିତ ହୋଇଛି ଏବଂ ମୋଟ୍ ୬ଟି ଘର ଭାଙ୍ଗିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Heavy Rainfall: 53 Blocks of 11 Districts Affected
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X