Odisha Heavy Rain Warning: ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କା; ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ
ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ପାଶ୍ବବର୍ତ୍ତୀ ବାଲାଦେଶ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପ୍ରଭାବରେ ରାଜ୍ୟର ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।
ଆଜି ବିଶେଷକରି, ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ଼ରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।
ଏହା ବ୍ୟତିତ ବାଲେଶ୍ବର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ, ଗଂଜାମ, ଗଜପତି, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

୨୪ ଓ ୨୫ ରେ ମୟୂରଭଂଜ ଓ ବାଲେଶ୍ବରରେ ଭାରୀ ବର୍ଷା ହେବାର ଆଶଙ୍କା ରହିଛି।
୨୬ ତାରିଖରେ ମୟୂରଭଂଜ , କେନ୍ଦୁଝର ଓ ବାଲେଶ୍ବରରେ ପ୍ରବଳ ବର୍ଷା ହୋଇପାରେ। ୨୫ ତାରିଖ ପରେ ରାଜ୍ୟରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଶୁକ୍ରବାର ସକାଳୁ ସଂନ୍ଧ୍ୟା ଭିତରେ ବହୁ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ହୀରାକୁଦରେ ୪୨.୨, ରାଉରକେଲାରେ ୪୦, ବୌଦ୍ଧରେ ୩୪, ସମ୍ବଲପୁରରେ ୩୧.୭, ଝାରସୁଗୁଡାରେ ୩୧.୬, ବରଗଡରେ ୨୬.୮ ଓ ଦାରିଙ୍ଗିବାଡିରେ ୧୦ ମିମି ବର୍ଷା ରେକର୍ଡ଼ ହୋଇଛି।












Click it and Unblock the Notifications