ଲଘୁଚାପ ଜନିତ ବର୍ଷା ନେଲା ଦୁଇ ଜୀବନ
ବର୍ଷା ଏପର୍ଯ୍ୟନ୍ତ ନେଇ ସାରିଲାଣି ଦୁଇ ଜୀବନ । ଘଟଣା ଘଟିଛି କେନ୍ଦ୍ରାପଡ଼ା ପାଟକୁରାର ଗରଦପୁର ଗାଁରେ । କାନ୍ଥ ଭୁଶୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
କେନ୍ଦ୍ରାପଡ଼ା: ଗଭୀର ଅବପାତର ରୂପ ନେବା ପରେ ବଢ଼ି ଚାଲିଛି ବର୍ଷାର ପରିମାଣ। ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା। ତେବେ ବର୍ଷା ଏପର୍ଯ୍ୟନ୍ତ ନେଇ ସାରିଲାଣି ଦୁଇ ଜୀବନ । ଘଟଣା ଘଟିଛି କେନ୍ଦ୍ରାପଡ଼ା ପାଟକୁରାର ଗରଦପୁର ଗାଁରେ । କାନ୍ଥ ଭୁଶୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ମୃତକ ଦ୍ବୟ ରାତିରେ ଘରେ ଶୋଇଥିଲେ। ଏହି ସମୟରେ ସେମାନଙ୍କ ଉପରେ କାନ୍ଥ ଭୁଶୁଡି ପଡ଼ିଥିଲା। ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଏବେବି ଉକ୍ତ ଅଞ୍ଚଳରେ ବର୍ଷା ଜାରି ରହିଛି।
ସେପଟେ ନଦୀ ପାଣି ସୁଅରେ ଭାସି ଯାଉଥିଲେ ବାଇକ ଆରୋହୀ। ଉଦ୍ଧାର କଲେ ସ୍ଥାନୀୟ ଲୋକେ। ଘଟଣା ଘଟିଛି ଅମ୍ବାପାଲି ଓ ବରଗଡ଼ ସହରକୁ ସଂଯୋଗ ଜିରା ନଦୀ ଉପରେ ନିର୍ମିତ ଅସ୍ଥାୟୀ ରାସ୍ତାରେ ପାଣି ସୁଅରେ ଅସ୍ଥାୟୀ ରାସ୍ତା ଦିନକୁ ଦିନ ଧୋଇ ହୋଇ ଯାଉଛି। ବାଇକରେ ଆସୁଥିବା ଜଣେ ବ୍ୟକ୍ତି ଏହି ରାସ୍ତା ଦେଇ ଆସୁଥିବା ସମୟରେ ବାଇକ ସହ ବାଇକ ଆରୋହୀ ଜଣକ ଭାସିଯାଉଥିବା ବେଳେ ସ୍ଥାନୀୟ ଲୋକ ବ୍ୟକ୍ତି ଓ ବାଇକକୁ ଉଦ୍ଧାର କରିଛନ୍ତି।
ସେହିପରି ଲଗାଣ ବର୍ଷାରେ ଭୁଷୁଡ଼ିଲା ୧୦୦ ବର୍ଷର ପୁରାତନ କୋଠା। ବ୍ରହ୍ମପୁର କାମ୍ପ ସାହିରେ ଥିବା ଅତି ପୁରାତନ ଆନ୍ଧ୍ରା ମହିଳା ସମାଜମ୍ ପାଠାଗାର କୋଠା ଲଗାଣ ବର୍ଷାରେ ଭୁଷୁଡ଼ି ପଡିଛି। ଫଳରେ ପାଠାଗାରରେ ଥିବା ସମସ୍ତ ପୁସ୍ତକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତା ସହ ଅନେକ ସାମଗ୍ରି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି।












Click it and Unblock the Notifications