ବୁଧବାରଠୁ ବଢ଼ିବ ତାତି, ଏହି ୬ଟି ଜିଲ୍ଲାକୁ ହିଟ୍‌ୱେଭ୍‌ ଆଲର୍ଟ ଜାରି

ଆଉ ଦିନକ ପରେ ଅର୍ଥାତ ବୁଧବାରଠୁ ବଢ଼ିବ ତାତି। ଅସହ୍ୟ ହେବ ଗ୍ରୀଷ୍ମ ଲହରୀ। ଆସନ୍ତା ୧୬ ତାରିଖରୁ ରାଜ୍ୟରେ ବଢିବ ତାତି। ବିଶେଷ କରି ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଅସହ୍ୟ ଗ୍ରୀଷ୍ମ ଲହରୀ ଆଶଙ୍କା ରହିଛି।

ଭୁବନେଶ୍ୱର: ଆଉ ଦିନକ ପରେ ଅର୍ଥାତ ବୁଧବାରଠୁ ବଢ଼ିବ ତାତି। ଅସହ୍ୟ ହେବ ଗ୍ରୀଷ୍ମ ଲହରୀ। ଆସନ୍ତା ୧୬ ତାରିଖରୁ ରାଜ୍ୟରେ ବଢିବ ତାତି। ବିଶେଷ କରି ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଅସହ୍ୟ ଗ୍ରୀଷ୍ମ ଲହରୀ ଆଶଙ୍କା ରହିଛି। ଆଇଏମ୍‌ଡିର ପୂର୍ବାନୁମାନ ଅନୁସାରେ ୧୬ ଏବଂ ୧୭ ତାରିଖ ଦୁଇ ଦିନ ଧରି ବିଭିନ୍ନ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Heatwave

ବୁଧବାରଠୁ ରାଜ୍ୟରେ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା। ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼ ଓ ଖୋର୍ଦ୍ଧାରେ ଖରାର ସର୍ବାଧିକ ପ୍ରଭାବ ରହିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ୬ ଜିଲ୍ଲାକୁ IMDର ହିଟ୍‌ୱେଭ୍‌ ଆଲର୍ଟ କରାଯାଇଛି।

୧୬ ତାରିଖରେ ପଶ୍ଚିମ ଓଡ଼ିଶାର ବଲାଙ୍ଗିର, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ହେବା ସମ୍ଭାବନା ରହିଛି। ଏହାକୁ ଆଖି ଆଗରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ୧୭ ତାରିଖ ପାଇଁ ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ରାଜ୍ୟକୁ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ-ଉତ୍ତପ୍ତ ବାୟୁ ପ୍ରବାହ ଶକ୍ତିଶାଳୀ ହେବା ସହ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ । ୩୬ ଡିଗ୍ରୀ ଉପରେ ୧୦ ସହରର ତାପମାତ୍ରା ରହିଛି। ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ହିଟ୍‌ ୱେଭ୍‌ ସ୍ଥିତି ପାଇଁ ସତର୍କ କରାଇଛନ୍ତି SRC। ୧୬ ଏବଂ ୧୭ ତାରିଖରେ କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭବାନା ରହିଛି।

ରବିବାର ରାଜ୍ୟର ୧୬ଟି ସହରର ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ଉପରେ ରହିଥିଲା । ଟିଟିଲାଗଡ଼ର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ଛୁଇଁଥିଲା । ସେହିପରି ବଲାଙ୍ଗୀରର ୩୭.୮ ଡିଗ୍ରୀ ସେଲସିୟସ୍‌, ଝାରସୁଗୁଡ଼ାରେ ୩୭.୩ ଡିଗ୍ରୀ ସେଲସିୟସ୍‌, ଅନୁଗୁଳରେ ୩୭.୧ ଡିଗ୍ରୀ ସେଲସିୟସ୍‌ ରହିଥିଲା । ସେହିପର ସମ୍ବଲପୁରରେ ୩୬.୯ଡିଗ୍ରୀ ସେଲସିୟସ୍‌ ଓ ରାଜଧାନୀ ଭୁବନେଶ୍ୱରରେ ୩୬.୬ଡିଗ୍ରୀ ସେଲସିୟସ୍‌ ସମେତ ରାଜ୍ୟ ୧୨ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଥିଲା ।

ସେପଟେ ରାଜ୍ୟର କିଛି ଅଞ୍ଚଳରେ ଆଜି ଘନ କୁହୁଡ଼ି ଦେଖା ଦେଇଛି। ବିଶେଷ କରି ଭୁବନେଶ୍ୱର, ଖୋର୍ଦ୍ଧା, କଟକର ଆଖପାଖ ଅଞ୍ଚଳରେ କୁହୁଡ଼ି ଦେଖା ଦେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+