ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଗରେ ଓଡ଼ିଶା, ରାଜ୍ୟର ୮ଟି ଜିଲ୍ଲାରେ ମ୍ୟାଲେରିଆ ବିଲୋପ
Health & Family Welfare: 8 districts of Odisha has been declared Malaria free Heath Department is leading the chart ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଗରେ ଓଡ଼ିଶା, ରାଜ୍ୟର ୮ଟି ଜିଲ୍ଲାରେ ମ୍ୟାଲେରିଆ ବିଲୋପ.
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପାଇଁ ପ୍ରତିଟି ମାନବ ଜୀବନ ମୂଲ୍ୟବାନ । କିଛି ବର୍ଷ ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି କରିପାରିଛି । ବିକାଶ ଲକ୍ଷ୍ୟ ଅନୁଯାୟୀ ଓଡ଼ିଶା ସରକାର ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଓଡ଼ିଶାରେ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ମୂଳଦୁଆ ହେଉଛି 'ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା' ଏବଂ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା, ପ୍ରତିଟି ଜୀବନ ମୂଲ୍ୟବାନ ନୀତିଗୁଡ଼ିକ ଉପରେ ଅଧାର କରି ୪୬ ମିଲିଅନ୍ରୁ ଅଧିକ ଜନସଂଖ୍ୟାବିଶିଷ୍ଟ ଓଡ଼ିଶା ସୁଲଭ ତଥା ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସର୍ବଭାରତୀୟ ସୁବିଧା ସୁନିଶ୍ଚିତ କରିପାରିଛି ।

ତେବେ ନିତି ଆୟୋଗ ଇଣ୍ଡିଆ ଇଣ୍ଡେକ୍ସ ୨୦୨୦-୨୧ରେ ଓଡ଼ିଶାର ସ୍ଥିତି 'ପ୍ରଦର୍ଶନକାରୀ' ରୁ 'ଫ୍ରଣ୍ଟ ରନର୍'କୁ ଉନ୍ନୀତ ହୋଇଛି । ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଓ ଆବଶ୍ୟକୀୟ ଯତ୍ନ ଦ୍ୱାରା ଶିଶୁ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି । ଏ କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ଦୃଷ୍ଟାନ୍ତମୂଳକ ଉଦାହରଣ ପାଲଟିଛି ଏହାସହ ଡାକ୍ତରଖାନାରେ ପ୍ରସବ, ଟିକାକରଣ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ହୋଇଛି । ତେବେ ଅନେକ ରାଜ୍ୟକୁ ପଛରେ ପକାଇ ଆଗରେ ରହିଛି ଓଡ଼ିଶା । ରାଜ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟସେବାକୁ ସୁବ୍ୟବସ୍ଥିତ ଓ ବ୍ୟାପକ କରାଯିବା ସହ କେନ୍ଦ୍ର ସରକାରଙ୍କ ଗୁଣବତ୍ତା ମାନଗୁଡ଼ିକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଜାତୀୟ ରୋଗ ନିୟନ୍ତ୍ରଣ ପ୍ରୋଗ୍ରାମ୍ ଅନୁଯାୟୀ,କୁଷ୍ଠରୋଗ, ଯକ୍ଷ୍ମା ଓ ମ୍ୟାଲେରିଆ ବିଲୋପ ଦିଗରେ ସମସ୍ତ ପଦକ୍ଷେପ ନିଆଯାଉଛି । ରାଜ୍ୟର ୮ଟି ଜିଲ୍ଲାରେ ମ୍ୟାଲେରିଆ ବିଲୋପ ହୋଇଛି । ସେହିପରି ୧୫ଟି ଜିଲ୍ଲାରେ ଫାଇଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ ଜାରି ରହିଛି । ଭାଇରାଲ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ୧୩ ଲକ୍ଷ ଗର୍ଭବତୀ ମହିଳା, ୮୭୦୦ ନବଜାତ ଶିଶୁଙ୍କୁ ଚିକିତ୍ସା କରାଯାଇଛି । ୧ ଲକ୍ଷ ୫୦ ହଜାରରୁ ଅଧିକ ମୋତିଆବିନ୍ଦୁ ଅସ୍ତ୍ରୋପଚାର ରାଜ୍ୟରେ କରାଯାଇଛି । ଟେଲି ମେଡିସିନ୍ ସେବାର ପ୍ରସାର ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଉଛି ।
ଭବିଷ୍ୟତରେ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତିକୁ ପରିଚାଳନା କରିବା ପାଇଁ ଜନସ୍ୱାସ୍ଥ୍ୟ ଲାବୋରେଟୋରୀ ଏବଂ ଜନସ୍ୱାସ୍ଥ୍ୟ ୟୁନିଟ୍ ନେଟ୍ୱାର୍କ ପ୍ରତିଷ୍ଠା ପାଇଁ ଆନ୍ତରିକ ପଦକ୍ଷେପ ନିଆଯାଉଛି । ଏହାସହ ପ୍ରତ୍ୟକ ଜିଲ୍ଲାରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ବ୍ଲକ୍ ପ୍ରତିଷ୍ଠା, ସବ୍ସେଣ୍ଟର ସ୍ତରୀୟ ଟେଲି ମେଡିସିନ୍ ସେବାକୁ ବିସ୍ତାର କରିବା, ସମସ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ହାଇବି୍ରଡ୍ ଆଇସିୟୁ ଓ ଆଇସିୟୁ ପ୍ରତିଷ୍ଠା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।












Click it and Unblock the Notifications