ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ୧୬ ଜିଲ୍ଲାରୁ ଆସିଛି ଅଂଶୁଘାତ ଘଟଣା, ସୁନ୍ଦରଗଡ଼ରୁ ସର୍ବାଧିକ ୪୧, ଜଣେ ମୃତ
ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୧୬ ଜିଲ୍ଲାରୁ ଅଂଶୁଘାତ ଘଟଣା ଆସିଛି । ଆଜି ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।
ଅଂଶୁଘାତ ଓ ତାତି ଜନିତ ସମସ୍ୟା ପାଇଁ ୮୯ ଜଣ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ସୁନ୍ଦରଗଡ଼ରୁ ସର୍ବାଧିକ ୪୧ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଖୋର୍ଦ୍ଧାରୁ ୧୨ ଜଣ ଯେଉଁଥିରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ୭ ଜଣ ରହିଛନ୍ତି । ସେହିପରି ଅନୁଗୁଳରୁ ୯ ଜଣ, ମୟୂରଭଞ୍ଜରୁ ୭, ଝାରସୁଗୁଡ଼ାରୁ ୭, ସମ୍ବଲପୁରରୁ ୫ ଜଣ ଭର୍ତ୍ତି ହୋଇଥିଲେ । ଜଣଙ୍କର ମୃତ୍ୟୁ ହୋଇଥିବା ସେ ସୂଚନା ଦେଇଛନ୍ତି ।
ଗତ କିଛି ଦିନ ଧରି ଅଂଶୁଘାତରେ କିଛି ବ୍ୟକ୍ତିଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ତେବେ ଏସମ୍ପର୍କରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନି।

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲେ ମଧ୍ୟ ଅସହ୍ୟ ତାତିରୁ ତ୍ରାହି ମିଳିନି । ଆର୍ଦ୍ର ପାଣିପାଗ ଯୋଗୁଁ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । କିଛି ସ୍ଥାନରେ ତାପମାତ୍ରା କମିଥିଲେ ମଧ୍ୟ ଆଜି ଚଳିତବର୍ଷର ୪୩. ୮ ଡିଗ୍ରୀ ସହ ସର୍ବାଧିକ ତାପମାତ୍ରା ଭୁବନେଶ୍ୱରରେ ରେକର୍ଡ କରାଯାଇଛି । ସେହିପରି ୧୭ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଛି ।












Click it and Unblock the Notifications