ଆସୁଛି କାଳବୈଶାଖୀ ବର୍ଷା, ତାତିରୁ ମିଳିବ ତ୍ରାହି !
ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବଦଳିବ ପାଗ । ଆଜିଠୁ ରାଜ୍ୟରେ କମିବ ତାତି । ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି । ଆଜିଠାରୁ ରାଜ୍ୟରେ ଚାରି ଦିନ କାଳବୈଶାଖୀ ସମ୍ଭାବନା ରହିଛି ।
ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାରଣ ପୂର୍ବ ଝାଡଖଣ୍ଡରୁ ବାହାରି ଓଡ଼ିଶା ମଧ୍ୟଦେଇ ସୃଷ୍ଟି ହୋଇଥିବା ନିମ୍ନ ଚାପରେଖା ଏବଂ ଗୁରୁଚାପବଳୟ ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇପାରେ ।

ତେବେ ଆଜି ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ୧୩ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଏବଂ କେନ୍ଦୁଝରକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ଆସନ୍ତାକାଲି ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ କେନ୍ଦ୍ର । ଆସନ୍ତା ୧୯ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ଘଡ଼ଘଡ଼ି ବର୍ଷା ହେବାକୁ ଥିବା ବେଳେ ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ପାରଦ ସାମାନ୍ୟ ହ୍ରାସ ପାଇବ ବୋଲି ଆକଳନ କରିଛି କେନ୍ଦ୍ର ।
ସେପଟେ ଆଜି ଆଜି ଦିନ ସାଢେ ୧୧ଟା ସୁଦ୍ଧା ଅନେକ ସହରର ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରହିଛି । ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଦିନ ୧୧ଟା ସୁଦ୍ଧା ଏଠାରେ ତାପମାତ୍ରା ଥିଲା ୩୯ ଦଶମିକ ୬ ଡିଗ୍ରୀ ସେଲସିୟସ । ସେହିପରି ଆଜି(ରବିବାର) ବାଲେଶ୍ୱରରେ ତାପମାତ୍ରା ୩୮ ଡିଗ୍ରୀ ଡିଗ୍ରୀ ସେଲସିୟସ, ଭୁବନେଶ୍ୱରରେ ୩୮ ଡିଗ୍ରୀ, ସମ୍ବଲପୁରରେ ୩୭ .୨ ଡିଗ୍ରୀ, ଗୋପାଳପୁରରେ ୩୭ ଡିଗ୍ରୀ, ଚାନ୍ଦବାଲିରେ ୩୬.୬ ଡିଗ୍ରୀ, ପୁରୀରେ ୩୬.୨ ଡିଗ୍ରୀ, କେନ୍ଦୁଝରରେ ୩୬.୨ ଡିଗ୍ରୀ, ହୀରାକୁଦରେ ୩୫ .୬ ଡିଗ୍ରୀ ଓ ପାରାଦ୍ୱୀପରେ ୩୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।












Click it and Unblock the Notifications