ରାଜଧାନୀରେ ନିଆଁ ବର୍ଷା, ୪୦ ଡ଼ିଗ୍ରୀ ଟପିଗଲା ପାରା

ଭୁବନେଶ୍ବର: ଉପକୂଳରୁ ଉପାନ୍ତ ସବୁଠି ତାତି । ଆଉ ଏଥିର ୁ ବାଦ ପଡିନି ରାଜଧାନି । ପ୍ରଚଣ୍ଡ ତାତିରେ ଜଳୁଛି ଭୁବନେଶ୍ୱର । ଦିନ ସାଢେ ୧୧ଟା ସୁଦ୍ଧା ପାରଦ ୪୦ ଦଶମିକ ୪ ଡିଗ୍ରୀ ତାପମାତ୍ରା ରେକର୍ଡ । ଘରୁ ବାହାରିବା ମୁସ୍କିଲ ହୋଇ ଯାଉଛି ।

ତେବେ ଝାରସୁଗୁଡ଼ାରେ ବି ୪୦ ଡିଗ୍ରୀ ପାର ପାରଦ । ଝାରସୁଗୁଡ଼ାରେ ୪୦ ଦଶମିକ ୨ ଡିଗ୍ରୀ, କେନ୍ଦୁଝରରେ ୩୯ ଦଶମିକ୨ ଡିଗ୍ରୀ, ସମ୍ବଲପୁରରେ ୩୮ ଦଶମିକ ୬ ଡିଗ୍ରୀ । ହୀରାକୁଦରେ ୩୭ ଦଶମିକ ୪ ଡିଗ୍ରୀ, ଚାନ୍ଦବାଲିରେ ୩୭ ଦଶମିକ ଶୂନ୍ୟ ଡିଗ୍ରୀ, ବାଲେଶ୍ୱରରେ ୩୬ ଦଶମିକ ୪ ଡିଗ୍ରୀ, ଗୋପାଳପୁରରେ ୩୪ ଦଶମିକ ୬ ଡିଗ୍ରୀ, ପୁରୀରେ ୩୪ ଦଶମିକ ୨ ଡିଗ୍ରୀ, ପାରାଦୀପରେ ୨୮ ଦଶମିକ ଶୂନ୍ୟ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Odisha Heat Wave Update

ସେହିପରି ଆଜି ଦିନ ୧୧.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ବର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ଭୁବନେଶ୍ବରର ତାପମାତ୍ରା ୪୦.୪ଡ଼ିଗ୍ରୀ ରହିଛି । ସେହପିରି ଆଜି ଦିନ ୧୧.୩୦ ସୁଦ୍ଧା ଝାରସୁଗୁଡା ବି ୪୦.୨ ଡ଼ିଗ୍ରୀ ସହ ରାଜ୍ୟର ଦ୍ବିତୀୟ ଉତ୍ତପ୍ତ ସହର ପାଲଟି ଯାଇଛି ।

ପାଣିପାଗ କେନ୍ଦ୍ରର ସୂଚନା ଆଉ ୩ ଦିନ ଯାଏଁ କଲବଲ କରିବ ଟାଣ ଖରା । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । ଅପରାହ୍ନରେ କାଳ ବୈଶାଖୀର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ଥିଲେ ମଧ୍ୟ ତାତି ଉପରେ ବିଶେଷ ପ୍ରଭାବ ପଡ଼ିବ ନାହିଁ । ତେବେ ୨୧ ତାରିଖ ପରେ ତାପମାତ୍ରା କ୍ରମେ ହ୍ରାସ ପାଇବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+