ଆସନ୍ତା ୫ ଦିନ ତାତିରୁ ତ୍ରାହି, ରାଜ୍ୟରେ ୨୬ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୫ ଦିନ ତାତିରୁ ତ୍ରାହି । ରାଜ୍ୟରେ ଆସନ୍ତା ୨୬ ତାରିଖ ଯାଏଁ ବର୍ଷାର ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୬ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ବର୍ଷା ସମ୍ଭାବନା ରହିଛି ।

ଆଜି ଓ କାଲି ବର୍ଷା ନେଇ ୧୭ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହି ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିପାରେ ।ସେହିପରି ୩ ଜିଲ୍ଲାର କିଛି ସ୍ଥାନରେ କୁଆପଥର ବର୍ଷା ହେବା ସମ୍ଭାବନା ରହିଛି । ନୂଆପଡ଼ା, ବଲାଙ୍ଗିର, କେନ୍ଦୁଝରରେ କୁଆପଥର ବର୍ଷା ସମ୍ଭାବନା ରହିଛି ।

weather report

ଅନ୍ୟପଟେ ୨୩ ତାରିଖରେ ସାରା ଓଡ଼ିଶାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଦେଇଛି । ୨୨ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗର ପବନ ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ କଟକ, ଯାଜପୁର, ଭଦ୍ରକ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ବଲାଙ୍ଗିର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ କୁଆପଥର ବର୍ଷା ହେବ ।

ଭୁବନେଶ୍ବର କମିଗଲା ୧୩ ଡିଗ୍ରୀ: ହାଲୁକା ବର୍ଷା, ଥଣ୍ଡା ପବନ ପାଇଁ ତାତିରେ ସଡନ୍ ବ୍ରେକ୍ ଲାଗିଛି । କାଲିଠୁ ଆଜି ମଧ୍ୟରେ ରାଜଧାନୀ ଭୁନେଶ୍ୱରରେ ତାପମାତ୍ରାରେ ପ୍ରାୟ ୧୩ ଡିଗ୍ରୀ ହ୍ରାସ ଘଟିଛି । ଗତକାଲି ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ବରର ତାପମାତ୍ର ୪୨.୬ ଡିଗ୍ରୀ ରେକର୍ଡ କରାଯାଇଥିଲା । ମାତ୍ର ଆଜି ଭୁବନେଶ୍ୱରରେ ତାପମାତ୍ରା ୨୯.୦ ଡିଗ୍ରୀ ରହିଛି ।

ସେହିପରି ଆଜି ଦିନ ୨ଟା ୩୦ ସୁଦ୍ଧା ବାଲେଶ୍ୱରରେ ୩୧.୮ ଡିଗ୍ରୀ, ଚାନ୍ଦବାଲିରେ ୩୩.୦ ଡିଗ୍ରୀ, ପାରାଦୀପରେ ୨୮.୪ ଡିଗ୍ରୀ, ଗୋପାଳପୁରରେ ୩୬.୦ ଡିଗ୍ରୀ, ପୁରୀରେ ୩୫.୦ ଡିଗ୍ରୀ, ଝାରସୁଗୁଡାରେ ୩୭.୬ ଡିଗ୍ରୀ, କେନ୍ଦୁଝରରେ ୨୮.୬ ଡିଗ୍ରୀ, ସମ୍ବଲପୁରରେ ୩୩.୦ ଡିଗ୍ରୀ, ହୀରାକୁଦରେ ୩୨.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+