ତାତିରୁ ଆଶ୍ବସ୍ତି, ୨୧ରୁ ଏହି ସବୁ ଜିଲ୍ଲାରେ ବର୍ଷା !

ଭୁବନେଶ୍ବର: ଦୁଇ ଦିନ ପରେ ତାତିରୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି । ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି କି, ଆସନ୍ତା ଏପ୍ରିଲ ୨୧ରୁ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି ।

ପାଣିପାଗ ସଂସ୍ଥା ତଥ୍ୟ ଅନୁଯାୟୀ, ବଲାଙ୍ଗୀର, ବାରିପଦା, ଗଜପତି, ଗଞ୍ଜାମ ଓ କୋରାପୁଟ ଆଦି ସ୍ଥାନରେ ହାଲୁକା ବର୍ଷା ଓ ବଜ୍ରପାତ ହୋଇପାରେ । ବର୍ତ୍ତମାନ ବିଦର୍ଭରୁ ଆଭ୍ୟନ୍ତରୀଣ କର୍ଣ୍ଣାଟକ ପର୍ଯ୍ୟନ୍ତ ବିସ୍ତାରିତ ଏକ ଟ୍ରଫଲାଇନ ଧୀରେ ଧୀରେ ପୂର୍ବ ଦିଗକୁ ଗତି କରୁଛି । ଯାହା ଫଳରେ ପୂର୍ବ ଭାରତରେ ବର୍ଷା ହେବର ସମ୍ଭାବନା ରହିଛି । ଏପ୍ରିଲ ୨୨ ସୁଦ୍ଧା ଅନେକ ସ୍ଥାନରେ ବର୍ଷା ଓ ବଜ୍ରପାତ ବଢ଼ିବ । ୨୩ ଓ ୨୪ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଘରୋଇ ପାଣିପାଗ ସଂସ୍ଥା କହିଛି ।

Odisha Heat Wave Update

ସେହିପରି ୨୧ ତାରିଖ ପରେ ରାଜ୍ୟରେ ତାପମାତ୍ରା କମିବ ଓ ଆସନ୍ତା ୨୨ ଓ ୨୩ ତାରିଖରେ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯଆଇଛି ।

ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍‌ ଅନୁସାରେ ୨୧ ତାରିଖ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ କେତେକ ସ୍ଥାନରେ ଘଡଘଡ଼ି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ୨୨ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଓ ବିଜୁଳି ମାରିବାର ଆଶଙ୍କା ରହିଛି। ଏହି ସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ସେଥିପାଇଁ ଏହି ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୨୩ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଓ ବିଜୁଳି ମାରିବାର ଆଶଙ୍କା କରାଯାଉଛି। ଏହି ସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ସେଥିପାଇଁ ଏହି ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସୂଚନାତାଉ କି, ଓଡ଼ିଶାର ଅନେକ ଜିଲ୍ଲାରେ ଏବେ ତାପମାତ୍ରା ୪୩ ଓ ୪୪ ଡିଗ୍ରି ଉପରେ ରହିଛି । ଏହା ଦ୍ବାରା ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି । ବାରିପଦାରେ ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଯାହା କି ହାରାହାରି ତାପମାତ୍ରାଠାରୁ ୬ ଡିଗ୍ରୀ ଅଧିକ। ଦେଶର ଉତ୍ତର-ପଶ୍ଚିମ ଦିଗରୁ ଶୁଖିଲା ଓ ଗରମ ପବନ ବହିବା ସହିତ ପ୍ରବଳ ସୂର୍ଯ୍ୟକିରଣ ଏବଂ ବାରମ୍ବାର ଶୁଖିଲା ପାଗ ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+