କାଲିଠୁ ଅପରାହ୍ଣରେ କାଳବୈଶାଖୀ, ହେଲେ କମିବନି ତାତି

ଭୁବନେଶ୍ୱର: କଲବଲ କଲାଣି ତାତି । ଅସ୍ତବ୍ୟସ୍ତ ହୋଇ ପଡିଲାଣି ଜନଜୀବନ । ତାତିରେ ତ୍ରାହି ତ୍ରାହି ଡାକୁଛି ପ୍ରାଣ । ହେଲେ ଆକାଶରୁ ପଡୁନି ଟିକେ ହେଲେ ବର୍ଷା ବିନ୍ଦୁ ।

ଯଦିଓ ପାଣିପାଗ ବିଭାଗ ବର୍ଷାର ପୂର୍ବାନୁମାନ କରୁଛି । ମାତ୍ର ତା ଭୁଲ ବୋଲି ପ୍ରମାଣିତ ହେଉଛି । ତେବେ ଆସନ୍ତାକାଲିଠୁ ଅପରାହ୍ନରେ କାଳବେଶାଖୀର ପ୍ରଭାବରେ କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମାତ୍ର ବର୍ଷାର ପରିମାଣ ସେତେଟା ଅଧିକ ରହିବ ନାହିଁ, ଯେଉଁଥି ପାଇଁ ତାପମାତ୍ରାରେ ବଡ ପରିବର୍ତ୍ତନ ହୋଇ ନପାରେ ବୋଲି ମଧ୍ୟ କୁହାଯାଇଛି ।

Odisha Heat Wave Update

ତେବେ ୨୧ ତାରିଖ ପରେ ଏହି ତାପମାତ୍ରାରେ ଧିରେ ଧିରେ ହ୍ରାସ ପାଇବ ବୋଲି କୁହାଯାଇଛି । କାରଣ ଓଡିଶା ଉପକୂଳରେ ଏକ ଗୁରୁଚାପ ବଳୟ ରହିବ । ଏହାର ପ୍ରଭାବରେ ସାମୁଦ୍ରିକ ବାୟୁ ବା ଜଳୀୟବାଷ୍ପ ରାସା ରାଜ୍ୟକୁ ପ୍ରବେଶ କରିବ । ଏହା ଫଳରେ ବର୍ଷାର ପରିମାଣ ବଢିବା ସହ ତାପମାତ୍ରା କିଛି ମାତ୍ରାରେ ହ୍ରାସ ହୋଇ ପାରେ ।

ସେପଟେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । ଆସନ୍ତା ୨୧ ଯାଏଁ ଏଭଳି ସ୍ଥିତି ଲାଗି ରହିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ସଞ୍ଜୀବ ଦ୍ୱିବେଦୀ । ଆସନ୍ତା ୨ ଦିନରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଖସିପାରେ। ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ବା ଏହାଠାରୁ ଅଧିକ ରହିବ ।

ତେବେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ୧୧ ଜିଲ୍ଲା ଓ ୧୯ ତାରିଖରେ ୧୫ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

୧୯ ତାରିଖରେ ଘଡ଼ଘଡ଼ି ବର୍ଷା ନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୨୦ ତାରିଖରେ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି । ସେହିପରି ୨୧ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ଥିବାବେଳେ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+