ଆଗକୁ ଅସମ୍ଭାଳ ତାତି, ୫ ଦିନରେ ତାପମାତ୍ରା ବଢ଼ିବ ୩ ଡିଗ୍ରୀ
ମାର୍ଚ୍ଚରେ ଅସମ୍ଭାଳ ତାତି । ରାଜ୍ୟରେ ଉପରମୁହାଁ ପାରଦ । ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ।

ଭୁବନେଶ୍ୱର: ମାର୍ଚ୍ଚରେ ଅସମ୍ଭାଳ ତାତି । ରାଜ୍ୟରେ ଉପରମୁହାଁ ପାରଦ । ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ । କିଛି ସ୍ଥାନରେ ୪୦ଡିଗ୍ରି ବା ଏହାର ପାଖାପାଖି ତାପମାତ୍ରା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ବିଶେଷ କରି ରାଜଧାନୀ ଭୁବନେଶ୍ବର ସମେତ ଅନୁଗୁଳ, ସୋନୁପୁର, ବୌଦ୍ଧ, ଟିଟିଲାଗଡ, ବଲାଙ୍ଗିର, ସମ୍ବଲପୁର, ତାଳଚେର, ଚାନ୍ଦବାଲି, ମାଲକାନଗିରିରେ ତାପମାତ୍ରା ୩୮ ରୁ ୪୨ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁପାରେ । ତାତି ସହ ଗରମ ପବନରେ ଅସ୍ତବ୍ୟସ୍ତ ହୋଇପାରେ ଜନଜୀବନ । ଚଳିତ ବର୍ଷ ମାର୍ଚ୍ଚରୁ ମେ ମାସ ମଧ୍ୟରେ ପ୍ରବଳ ତାତି ଅନୁଭୁତ ହେବ ବୋଲି ଆକଳନ କରାଯାଇଛି ।
ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ମାଲକାନଗିରି ଓ ସୋନପୁରରରେ ୩୭.୫ଡିଗ୍ରି ରେକର୍ଡ ହୋଇଛି। ଏହା ପଛକୁ ରହିଥିଲା ଭୁବନେଶ୍ବର(୩୭.୪ ଡିଗ୍ରି), ବୌଦ୍ଧ (୩୭.୧ ଡିଗ୍ରି) ଓ ନୟାଗଡ଼ (୩୭ ଡିଗ୍ରି)। ଆସନ୍ତାକାଲି ଭୁବନେଶ୍ବର ଓ ଆଖପାଖ ଅଞ୍ଚଳର ତାପମାତ୍ରା ସର୍ବୋଚ୍ଚ ୩୭ ଡିଗ୍ରି ଓ ସର୍ବନିମ୍ନ ୨୦ ଡିଗ୍ରି ମଧ୍ୟରେ ରହିବ। ଆକାଶ ମେଘମୁକ୍ତ ରହିବ ଓ ଖରା ଟାଣ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି ।












Click it and Unblock the Notifications