ମିଳିଲା ଖୁସି ଖବର: ତାତିରୁ ମିଳିବ ତ୍ରାହି, ଝଡ଼ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ପାରଦ ଉପର ମୁହାଁ । ଘରୁ ବାହାରିବା ହୋଇ ପଡୁଛି ମୁସ୍କିଲ୍ । ତେବେ ଏହା ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମୟରେ ଝଡ଼ବର୍ଷା ଓ ବଜ୍ରପାତ ହେବାର ବ୍ୟାପକ ସମ୍ଭାବନା ରହିଛି । ଝଡ଼ବର୍ଷା ଓ ବଜ୍ରପାତ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି ,କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା, ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Heat Wave

ସେପଟେ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ଟପିଛି ୩୯ । ତେବେ ସମ୍ୱଲପୁର ଓ ଝାରସୁଗୁଡାରେ ରେକର୍ଡ ସଂଖ୍ୟକ ତାତି ଅନୁଭୂତ ହୋଇଛି । ଅର୍ଥାତ୍ ସମ୍ବଲପୁରର ତାପମାତ୍ରା ୪୨.୬ ଡ଼ିଗ୍ରୀ ଥିବାବେଳେ ଝାରସୁଗୁଡାର ତାପମାତ୍ରା ରହିଛି ୪୨.୪ ଡ଼ିଗ୍ରୀ ।

ସେହିଭଳି ହୀରାକୁଦର ତାପମାତ୍ରା ୪୧.୬ ଡ଼ିଗ୍ରୀ, ଭୁବନେଶ୍ୱର ତାପମାତ୍ରା ୩୯.୨ ଡ଼ିଗ୍ରୀ, ଚାନ୍ଦବାଲିର ପାରଦ ୩୮ ଡ଼ିଗ୍ରୀ ବାଲେଶ୍ୱରର ତାପମାତ୍ରା ୩୭.୮ ଡ଼ିଗ୍ରୀ, କେନ୍ଦୁଝରର ତାପମାତ୍ରା ୩୭ ଡ଼ିଗ୍ରୀ ରହିଛି । ସେହିଭଳି ପୁରୀର ତାପମାତ୍ରା ୩୪.୬ ଡ଼ିଗ୍ରୀ ଥିବାବେଳେ ଗୋପାଳପୁରର ୩୩.୪ ଡ଼ିଗ୍ରୀ ଓ ପାରାଦୀପର ପାରଦ ୩୨.୬ ଡ଼ିଗ୍ରୀ ରେକର୍ଡ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+