ଆଜି ବି ତାତିରୁ ନାହିଁ ନିସ୍ତାର, ଆସନ୍ତା ୨୧ ଯାଏଁ ଏଭଳି ସ୍ଥିତି
ଭୁବନେଶ୍ବର: ଗତକାଲି ଭଳି ଆଜି ବି ପ୍ରଚଣ୍ଡ ଖରା ସହ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରି ପକାଇଛି । ଆଜି ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ଚାରୋଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକ୍ରଡ କରାଯାଇଛି ।
ଆଜି ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ହୋଇଛି । ଏଠାରେ ତାପମାତ୍ରା ୪୨ ଦଶମିକ ୮ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରର ତାପମାତ୍ରା ୩୮ ଦଶମିକ ୬ ଡିଗ୍ରୀ ସେଲସିୟସ ରହିଛି । ଝାରସୁଗୁଡ଼ା ପଛକୁ ରହିଛି ହୀରାକୁଦ (୪୦.୮ ), କେନ୍ଦୁଝର(୪୦.୦), ଚାନ୍ଦବାଲି(୩୯.୨), ଭୁବନେଶ୍ୱର (୩୮.୬), ବାଲେଶ୍ୱର(୩୬.୦), ପୁରୀ(୩୪), ଗୋପାଳପୁର(୩୩.୮) ଓ ପାରାଦୀପ(୩୨.୨ ଡିଗ୍ରୀ) ।

ଆହୁରି ୪ ଦିନ ଏମିତି ଗୁଳୁଗୁଳି: ତେବେ ରାଜ୍ୟରେ ଆସନ୍ତା ୪ ଦିନ ଅର୍ଥାତ ୨୧ ଯାଏଁ ଏଭଳି ସ୍ଥିତି ଲାଗି ରହିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ସଞ୍ଜୀବ ଦ୍ୱିବେଦୀ । ଆସନ୍ତା ୨ ଦିନରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଖସିପାରେ। ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ବା ଏହାଠାରୁ ଅଧିକ ରହିବ। ଆସନ୍ତାକାଲି କିଛି ସ୍ଥାନରେ ଅପରାହ୍ଣ ଆଡ଼କୁ କାଳବୈଶାଖୀ ବର୍ଷା ମଧ୍ୟ ହୋଇପାରେ। ଏହାଦ୍ବାରା ରାଜ୍ୟରେ ତାପମାତ୍ରା ଖସିବ। କିନ୍ତୁ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରରେ ଗୁଳୁଗୁଳି ଅନୁଭୂତ ହେବ ବୋଲି ସେ କହିଛନ୍ତି ।
ତେବେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ୧୧ ଜିଲ୍ଲା ଓ ୧୯ ତାରିଖରେ ୧୫ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।












Click it and Unblock the Notifications