ପଶ୍ଚିମରେ ଅସହ୍ୟ ତାତି, ୪୫ ଡିଗ୍ରୀ ସହ ଟିଟିଲାଗଡ ହେଲା ତତଲାଗଡ
ଉପକୂଳ ଅପେକ୍ଷା ଶୁକ୍ରବାର ପଶ୍ଚିମ ଓଡିଶାରେ ଅସହ୍ୟ ତାତି ହୋଇଛି । ୪୫ ଡିଗ୍ରୀ ସହ ଟିଟିଲାଗଡ ସବୁଠୁ ଉତ୍ତପ୍ତ ସହର ପାଲଟିଛି ।
ଭୁବନେଶ୍ଵର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପଶ୍ଚିମ ଓଡ଼ିଶାର ତାତି ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି । ଉପକୂଳ ଅପେକ୍ଷା ଶୁକ୍ରବାର ପଶ୍ଚିମ ଓଡିଶାରେ ଅସହ୍ୟ ତାତି ହୋଇଛି । ୪୫ ଡିଗ୍ରୀ ସହ ଟିଟିଲାଗଡ ସବୁଠୁ ଉତ୍ତପ୍ତ ସହର ପାଲଟିଛି ।

ଆଜି ରାଜ୍ୟର ୬ଟି ସହରରେ ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଥିବା ବେଳେ ମୋଟାମୋଟି ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଟିଟିଲାଗଡର ୪୫ ଡିଗ୍ରୀ ପରେ ବଲାଙ୍ଗୀର ୪୪.୯, ବୌଦ୍ଧ ୪୪.୫, ସମ୍ବଲପୁରରେ ୪୪.୪, ସୋନପୁର ୪୪.୩, ଏବଂ ଝାରସୁଗୁଡାରେ ୪୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ଆସନ୍ତା ୨ ଦିନ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ନାହିଁ । ତେବେ ୫ ତାରିଖ ବେଳକୁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, ରାୟଗଡ଼ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ଭଦ୍ରକ, ଯାଜପୁର ଓ କଳାହାଣ୍ଡି ଆଦି ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କହୁଯାଇଛି ।












Click it and Unblock the Notifications