କାଲିଠୁ କମିବ ତାତି, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା !

Odisha Heat Wave News: ବଦଳିବ ପାଗ । କାଲିଠୁ କମିବ ତାତି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା । ତାତିରୁ ମିଳିବ ତ୍ରାହି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର କହିବା ଅନୁସାରେ, କାଲିଠାରୁ ରାଜ୍ୟରେ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ହେବ । କାରଣ ଆସନ୍ତା ୫ ଦିନ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ୧୬ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ।

heat wave

ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଗଞ୍ଜାମ , ଗଜପତି, ରାୟଗଡା, ମାଲକାନଗିରି, ତା ଛଡା ନବରଙ୍ଗପୁର ଓ ନୂଆପଡା ଏସବୁ ଜିଲ୍ଲାରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ଯେଉଁ ତାପମାତ୍ରା ରହୁଥିଲା ତାହା ଆସନ୍ତା କାଲଠାରୁି ବର୍ଷା ପ୍ରଭାବରେ ତାପମାତ୍ରା କମିବ । ଏହା ପରେ ୧୭ ତାରିଖରେ ଉତ୍ତର ଉପକୂଳ ଓଡିଶାରେ ବର୍ଷା ସହିତ ୧୮ ତାରିଖରେ ସମସ୍ତ ଉପକୂଳ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି । ୧୬,୧୭,୧୮ରେ ବିଜୁଳି ଘଡ ଘଡି ସହିତ ବର୍ଷା ହେବ ।

ସୂଚନା ମୁତାବକ, ଆଜି ଦିନ ସାଢ଼େ ୨ଟା ସୁଦ୍ଧା ରାଜ୍ୟର ବାରିପଦାରେ ସର୍ବାଧିକ ତାପମାତ୍ରା(୪୨.୫ ଡିଗ୍ରୀ) ରେକର୍ଡ ହୋଇଛି। ଝାରସୁଗୁଡ଼ାରେ ତାପମାତ୍ରା ୪୨ ଡିଗ୍ରୀ, ସମ୍ବଲପୁର ୪୧.୮, ଭୁବନେଶ୍ୱରରେ ୪୦.୨, ଚାନ୍ଦବାଲିରେ ୪୦ ଡିଗ୍ରୀ, ହୀରାକୁଦରେ ୪୦, କେନ୍ଦୁଝରରେ ୩୮, ବାଲେଶ୍ୱରରେ ୩୬.୪ ଡିଗ୍ରୀ, ଗୋପାଳପୁର ଓ ପୁରୀରେ ୩୩.୨ ଡିଗ୍ରୀ, ପାରାଦୀପରେ ୩୨.୪ ଡିଗ୍ରୀ ତାପମାତ୍ର ରେକର୍ଡ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+