ତାତଲା ତାୱାରେ ସିଜୁଛି ଓଡ଼ିଶା, ୪୫ ଡିଗ୍ରୀ ପାର୍ ହେଲା ପାରଦ
ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଭୀଷଣ ଗୁଳୁଗୁଳିରେ ଆଉଟୁ ପାଉଟୁ ରାଜ୍ୟବାସୀ । ଆଜି ୪୫ ଡିଗ୍ରୀ ପାର କରିଛି ପାରଦ । ସେହିପରି ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଅସହ୍ୟ ତାତି ପରିଲକ୍ଷିତ ହୋଇଛି ।
ଆଜି ରାଜ୍ୟରେ ସବୁଠାରୁ ଉତ୍ତପ୍ତ ସହର ଭାବେ ସମ୍ବଲପୁରକୁ ଚିହ୍ନଟ କରାଯାଇଛି । ଆଜି ସମ୍ବଲପୁରର ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି । ସେହଭଳି ସମ୍ବଲପୁର ତଳକୁ ରହିଛି ଝାରସୁଗୁଡା । ଆଜି ଝାରସୁଗୁଡାର ତାପମାତ୍ରା ୪୪.୪ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ଦିନ ୨.୩୦ ସୁଦ୍ଧା ୪୪ ଡିଗ୍ରୀ ରହିଛି ।

ସେହିଭଳି ଚାନ୍ଦବାଲି ୩୬.୨, ଗୋପାଳପୁର ୩୫, ପାରାଦଳୀପ ୩୪.୨, ପୁରୀ ୩୪, ବାଲେଶ୍ୱର ୩୩.୪, କେନ୍ଦୁଝର ୩୦.୪ ଡିଗ୍ରୀ ରେକର୍ଡ କରାଯାଇଛି । ଗତକାଲି ସୋନପୁର ରାଜ୍ୟର ସବୁଠାରୁ ଉତପ୍ତ ସହର ଭାବେ ରେକର୍ଡ କରାଯାଇଥିଲା । ସୋନପୁରରେ ଗତକାଲି ସର୍ବାଧିକ ତାପମାତ୍ର ୪୫.୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ।
ଅନ୍ୟପଟେ ଆହୁରି ୩ ଦିନ ଏହିପରି ଜଳାଇବ ତାତି । ୨୦ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ । ତେବେ ସିଭିୟର ହିଟୱେଭ୍ ନେଇ ଓଡ଼ିଶାର ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ପାଣିପାଗ କେନ୍ଦ୍ର ।












Click it and Unblock the Notifications