ଜଳୁଛି ଓଡିଶା: ୪୦ ଡିଗ୍ରୀ ପାର କଲା ୨ ସହରର ତାପମାତ୍ରା, ଝାରସୁଗୁଡା ସବୁଠୁ ଉତ୍ତପ୍ତ
ଭୁବନେଶ୍ବର: ଜଳୁଛି ସାରା ଓଡିଶା । ଗ୍ରୀଷ୍ମ ଋତୁ ଆରମ୍ଭରୁ ଅସମ୍ଭାଳ ହେଲାଣି ତାତି । ଆଜି ରାଜ୍ୟରେ ୪୦ ଡିଗ୍ରୀ ପାର କଲା ୨ ସହରର ତାପମାତ୍ରା ।
ଆଜି ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୩୯ ଡିଗ୍ରୀ ତାପମାତ୍ରା ଉପରେ ଥିବାବେଳେ ବାରିପଦା ଓ ଝାରସୁଗୁଡାରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସରେ ପହଞ୍ଚିଛି । ୪୦.୪ ଡିଗ୍ରୀ ସହ ଝାରସୁଗୁଡା ରାଜ୍ୟର ସବୁଠାରୁ ଉତପ୍ତ ସହର ହୋଇଛି । ସେହିଭଳି ବାରିପଦାରେ ତାପମାତ୍ରା ୪୦ ଡିଗ୍ରୀ ରହିଛି ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୯.୭ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଚାନ୍ଦବାଲି, ଅନୁଗୁଳ, ସମ୍ବଲପୁରରେ ତାପମାତ୍ରା ୩୯.୭ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି ବୌଦ୍ଧରେ ୩୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ମାଲକାନଗିରିରେ ତାପମାତ୍ରା ୩୯.୫ ଥିବା ବେଳେ ଟିଟଲାଗଡରେ ୩୯, ସୋନପୁରରେ ତାପମାତ୍ରା ୩୯.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ତେବେ ଆଗାମୀ ୨ରୁ ୩ ଦିନ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୩ ଦିନରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩ ଡିଗ୍ରି ଯାଏ ବଢ଼ିବ ।












Click it and Unblock the Notifications