ଜଳୁଛି ଓଡିଶା: ୪୦ ଡ଼ିଗ୍ରୀ ଟପିଲା ରାଜଧାନୀ ତାତି, ସିଝୁଛି ଝାରସୁଗୁଡାରେ
Odisha Heat Wave News: ବଢୁଛି ତାତି । ଜଳୁଛି ଓଡିଶା । ରାଜଧାନୀରେ ଅସ୍ତବ୍ୟସ୍ତ ଜନଜୀବନ । ୪୦ ଡ଼ିଗ୍ରୀ ଟପିଲା ରାଜଧାନୀ ତାତି । ଆଜି ଦିନ ୨ ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୪୦.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଦିନ ୨ଟା ୩୦ସୁଦ୍ଧା ତାପମାତ୍ରା ବିଭିନ୍ନ ଅଞ୍ଚଳର ତାପମାତ୍ରା ଏମିତି ରହିଛି । ଝାରସୁଗୁଡାର ତାପମାତ୍ରା ସର୍ବୋଚ୍ଚ ରହିଛ ।
- ଝାରସୁଗୁଡା: ୪୦.୮ ଡ଼ିଗ୍ରୀ
- ସମ୍ବଲପୁର: ୪୦.୬ ଡ଼ିଗ୍ରୀ
- ଭୁବନେଶ୍ୱର: ୪୦.୪ ଡ଼ିଗ୍ରୀ
- ହୀରାକୁଦ: ୩୯.୨ ଡ଼ିଗ୍ରୀ
- ଚାନ୍ଦବାଲି: ୩୮.୪ ଡ଼ିଗ୍ରୀ
- ବାଲେଶ୍ୱର: ୩୭ .୪ ଡ଼ିଗ୍ରୀ
- କେନ୍ଦୁଝର: ୩୭ .୪ ଡ଼ିଗ୍ରୀ
- ପୁରୀ: ୩୪.୨ଡ଼ିଗ୍ରୀ
- ଗୋପାଳପୁର: ୩୩.୮ଡ଼ିଗ୍ରୀ
- ପାରାଦୀପ: ୩୨.୨ଡ଼ିଗ୍ରୀ
ଅନ୍ୟପଟେ ଆଜି ସକାଳ ୮.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୨ ଡିଗ୍ରୀ ରେକର୍ଡ କରା ଯାଇଥିଲା । ସେହିପରି ଦିନ ୧୧.୩୦ ସୁଦ୍ଧା ତାପମାତ୍ରା ୩୯ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଅନ୍ୟ ସ୍ଥାନ ମାନଙ୍କରେ ଦିନ ୧୧ଟା ୩୦ ସୁଦ୍ଧା ତାପମାତ୍ରା ଥିଲା-
- ସମ୍ବଲପୁର: ୩୮ ଡ଼ିଗ୍ରୀ
- ଝାରସୁଗୁଡା: ୩୭.୬ ଡ଼ିଗ୍ରୀ
- ଚାନ୍ଦବାଲି: ୩୭.୪ ଡ଼ିଗ୍ରୀ
- ବାଲେଶ୍ୱର: ୩୬.୮ ଡ଼ିଗ୍ରୀ
- ହୀରାକୁଦ: ୩୬.୨ ଡ଼ିଗ୍ରୀ
- କେନ୍ଦୁଝର: ୩୫.୪ ଡ଼ିଗ୍ରୀ
- ଗୋପାଳପୁର: ୩୪ ଡ଼ିଗ୍ରୀ
- ପୁରୀ: ୩୩.୮ ଡ଼ିଗ୍ରୀ
- ପାରାଦୀପ: ୩୨.୮ ଡ଼ିଗ୍ରୀ
ଅନ୍ୟପଟେ ଆଗାମୀ ୪ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ଧୀରେ ଧୀରେ ୩ ରୁ ୪ ଡ଼ିଗ୍ରୀ ଯାଏଁ ବଢିବାର ସମ୍ଭାବନା ରହିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଣା ସଂକ୍ରାନ୍ତିରେ ୪୨ ଡିଗ୍ରୀ ପାର କରିପାରେ ପାରଦ । ଏନେଇ ଆସନ୍ତା ୧୩, ୧୪ ଏବଂ ୧୫ ତାରିଖରେ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି କରାଯାଇଛି ।
ସେହିପରି ଗତକାଲି ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଟପିଥିଲା । ଝାରସୁୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ବାରିପଦାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ଭୁବନେଶ୍ୱର ସମତେ ୧୩ଟି ସ୍ଥାନରେ ୩୯ ଡିଗ୍ରୀ ଡେଇଁଥିଲା ପାରଦ ।












Click it and Unblock the Notifications