କାଳିଆ ଆସିଲେ କମିବ ତାତି, ୨୧ରୁ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଆଉ ଦିନ ଗୋଟାଏ ପରେ କାଳିଆ ସାଆନ୍ତଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆସନ୍ତା ଜୁନ୍ ୨୦ ତାରିଖ ଦିନ ରଥଯାତ୍ରା । ତେବେ ୨୦ ତାରିଖରୁ ହିଁ ତାତି କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ପାଣିପାଗ କେନ୍ଦ୍ରର କହିବା ଅନୁସାରେ, ଆଗାମୀ ୨୦ ଜୁନରୁ ପରବର୍ତ୍ତୀ ୨ ଦିନ ମଧ୍ୟରେ ଦିନ ତାପମାତ୍ରା ୩ ରୁ ୫ ଡ଼ିଗ୍ରୀ ଯାଏଁ ତଳକୁ ଖସିବା ସମ୍ଭାବନା ରହିଛି । ସେହିପରି ୨୧ ଜୁନ ରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବାବେଳେ ୨୨ ଜୁନ ରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ର ସମ୍ଭାବନା ରହିଛି ।

ଅନ୍ୟପଟେ ସାରା ଓଡ଼ିଶାରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଆଜି ଦିନ ୨ଟା ୩୦ ମିନିଟ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ସମ୍ବଲପୁରର ତାପମାତ୍ରା ୪୫.୪ ଡ଼ିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ।
ସେହିପରି ଝାରସୁଗୁଡାର ତାପମାତ୍ରା ୪୪.୪ ଡ଼ିଗ୍ରୀ ରହିଛି। ହୀରାକୁଦରେ ୪୪.୨ ଡ଼ିଗ୍ରୀ ରହିଛି । ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଥିବାବେଳେ କେନ୍ଦୁଝରରେ ୩୯ ଡ଼ିଗ୍ରୀ, ଚାନ୍ଦବାଲିରେ ୩୬.୮ ଡ଼ିଗ୍ରୀ, ବାଲେଶ୍ୱରରେ ୩୪ ଡ଼ିଗ୍ରୀ, ଗୋପାଳପୁରରେ ୩୩.୮ ଡ଼ିଗ୍ରୀ , ପୁରୀରେ ୩୩.୬ ଡ଼ିଗ୍ରୀ ଓ ପାରାଦୀପରେ ୩୩.୪ ଡ଼ିଗ୍ରୀ ସେସସିୟସ ତାପମାତ୍ରା ରେକର୍ଡ ହୋଇଛି।












Click it and Unblock the Notifications