ବାରିପଦାରେ ନିଆଁ ବର୍ଷା, ଆଜି ୪୫ ଛୁଇଁଲା ତାପମାତ୍ରା

Odisha Heat Wave: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପ୍ରଚଣ୍ଡ ତାତିରେ ସନ୍ତୁଳି ହେଉଛି ସାରା ରାଜ୍ୟ । ଆକାଶରୁ ନିଆଁ ବର୍ଷା ହେଉଛି । ତେବେ ଆଜି ବାରିପଦାରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୪.୫ ଡ଼ିଗ୍ରୀ ରେକର୍ଡ କରାଯାଇଛି ।

ସେହିପରି ଆଜି ଦିନ ୨ଟା ୩୦ ସୁଦ୍ଧା ଝାରସୁଗଡାରେ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି ସମ୍ବଲପୁରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ତାପମାତ୍ରା ୪୧.୮ ଡିଗ୍ରୀ ରେକର୍ଡ ହୋଇଛି । ହୀରାକୁଦରେ ତାପମାତ୍ରା ୪୧.୬ ଡିଗ୍ରୀ ରହିଛି ।

Odisha Heat Wave

ସେପଟେ ଆଜି ପାଇଁ ୧୧ ଜିଲ୍ଲାକୁ ହିଟ୍‌ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର, ଦେବଗଡ଼ ଓ ଅନୁଗୁଳ ।

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆହୁରି ୨ ଦିନ ତାତିରୁ ମୁକ୍ତି ମିଳିବ ନାହିଁ । ୨୧ ତାରିଖ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତନ ହେବା ସମ୍ଭାବନା କମ୍ । ୨୧ ତାରିଖ ଅପରାହ୍ଣରୁ ଧୀରେ ଧୀରେ ପାଗ ବଦଳିବା ସମ୍ଭାବନା ରହିଛି । ସେହିଦିନ କିଛି ସ୍ଥାନରେ ବର୍ଷା ହୋଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+