Get Updates
Get notified of breaking news, exclusive insights, and must-see stories!

Odisha Heat Wave: ରେକର୍ଡ ଭାଙ୍ଗୁଛି ତାତି; ଗତ ୪ ବର୍ଷର ସର୍ବାଧିକ ତାପମାତ୍ରା

ରାଜ୍ୟରେ ବଢୁଛି ତାତିର ପରିମାଣ । ଖରା ସହି ହେଉନି। ଗତ ୪ ବର୍ଷ ମଧ୍ୟରେ ୩୦ ଜାନୁଆରୀରୁ ୪ ଫେବୃଆରୀ ମଧ୍ୟରେ କେବେ ବି ସର୍ବୋଚ୍ଚ ଦିନ ତାପମାତ୍ରା ୩୩ ଡ଼ିଗ୍ରୀ ଛୁଇଁ ନଥିବାବେଳେ ଚଳିତ ବର୍ଷ ଏହା ୩୪.୯ ଡ଼ିଗ୍ରୀରେ ପହଞ୍ଚିଛି ।

୨୦୨୨ ମସିହାରେ ୩୦ ଜାନୁଆରୀରୁ ୪ ଫେବୃଆରୀ ମଧ୍ୟରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୧.୨ ଡ଼ିଗ୍ରୀ ରହିଥିବାବେଳେ ୨୦୨୩ ମସିହାର ୧ ଫେବୃଆରୀରେ ୩୨.୩ ଡ଼ିଗ୍ରୀ , ୨୦୨୪ ମସିହାରେ ୩୧ ଜାନୁଆରୀରେ ୩୧.୬ ଡ଼ିଗ୍ରୀ ରେକର୍ଡ ହୋଇଥିଲା । ତେବେ ଚଳିତ ବର୍ଷ ସର୍ବୋଚ୍ଚ ତାପମାତ୍ରା ଫେବୃଆରୀରେ ୩୪.୯ ଡ଼ିଗ୍ରୀରେ ପହଞ୍ଚିଲାଣି ।

ଗତ ବର୍ଷ ଏପ୍ରିଲରେ ପ୍ରଥମ ଥର ପାଇଁ ରାଜଧାନୀରେ ଲଗାତାର ୧୬ ଦିନ ଧରି ୪୦ ଡ଼ିଗ୍ରୀ ଉପରେ ସର୍ବୋଚ୍ଚ ତାପମାତ୍ରା ସହ ୭୮ ବର୍ଷରେ ଏକ ବିରଳ ରେକର୍ଡ ସ୍ଥାପନ ହୋଇଥିଲା । ହେଲେ ଚଳିତ ବର୍ଷ ମାଘ ମାସରେ ଏହି ବ୍ୟତିକ୍ରମ ଆଗାମୀ ଦିନରେ ପରିସ୍ଥିତି କ'ଣ ହେବ ? ତାହା ଚିନ୍ତାର କାରଣ ପାଲଟିଛି ।

Odisha Heat Wave

୨୦୨୫ ମସିହା ଜାନୁଆରୀ ୩୦ରୁ ଫେବୃଆରୀ ୪ ତାରିଖ ଯାଏ ସକାଳ ଓ ସର୍ବୋଚ୍ଚ ତାପମାତ୍ରା :

୩୦ ତାରିଖରେ ସକାଳ ୮:୩୦ରେ ୨୨.୪ ଡିଗ୍ରୀ ସେଲସିୟସ ଏବଂ ଦିନର ସର୍ବୋଚ୍ଚ ତାପମାତ୍ରା ୩୦.୭ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା । ସେହିଭଳି

31 ଜାନୁଆରୀ: 24°C (32.4°C)
1 ଫେବୃଆରୀ 23.6°C (33.6°C)
2 ଫେବୃଆରୀ 25.2°C (34.9°C)
3 ଫେବୃଆରୀ 23.6°C (32.4°C)
4 ଫେବୃଆରୀ 25°C (34.0°C)
ତାରିଖ ସକାଳ ୮:୩୦ରେ ତାପମାତ୍ରା ଦିନର ସର୍ବୋଚ୍ଚ ତାପମାତ୍ରା
୩୦ ଜାନୁଆରୀ ୨୨.୪°C ୩୦.୭°C
୩୧ ଜାନୁଆରୀ ୨୪°C ୩୨.୪°C
୧ ଫେବୃଆରୀ ୨୩.୬°C ୩୩.୬°C
୨ ଫେବୃଆରୀ ୨୫.୨°C ୩୪.୯°C
୩ ଫେବୃଆରୀ ୨୩.୬°C ୩୨.୪°C
୪ ଫେବୃଆରୀ ୨୫°C ୩୪°C
ସେହିପରି ୨୦୨୪ ମସିହା ୩୦ ଜାନୁଆରୀରୁ ୪ ଫେବୃଆରୀ ପର୍ଯ୍ୟନ୍ତ ରାଜଧାନୀରେ ସର୍ବୋଚ୍ଚ ତାପମାତ୍ରା

୩୦ ଜାନୁଆରୀ ୩୧ ଡ଼ିଗ୍ରୀ
୩୧ ଜାନୁଆରୀ ୩୧.୬ ଡ଼ିଗ୍ରୀ
୧ ଫେବୃଆରୀ ୩୧.୫ ଡ଼ିଗ୍ରୀ
୨ ଫେବୃଆରୀ ୩୦.୮ ଡ଼ିଗ୍ରୀ
୩ ଫେବୃଆରୀ ୩୦.୮ ଡ଼ିଗ୍ରୀ
୪ ଫେବୃଆରୀ ୩୧.୭ ଡ଼ିଗ୍ରୀ
୨୦୨୩ ମସିହା ୩୦ ଜାନୁଆରୀରୁ ୪ ଫେବୃଆରୀ ପର୍ଯ୍ୟନ୍ତ ରାଜଧାନୀରେ ସର୍ବୋଚ୍ଚ ତାପମାତ୍ରା

୩୦ ଜାନୁଆରୀ ୩୨.୨ ଡ଼ିଗ୍ରୀ
୩୧ ଜାନୁଆରୀ ୩୧.୯ ଡ଼ିଗ୍ରୀ
୧ ଫେବୃଆରୀ ୩୨.୩ ଡ଼ିଗ୍ରୀ
୨ ଫେବୃଆରୀ ୩୨.୨ ଡ଼ିଗ୍ରୀ
୩ ଫେବୃଆରୀ ୩୧.୭ ଡ଼ିଗ୍ରୀ
୪ ଫେବୃଆରୀ ୩୨.୮ ଡ଼ିଗ୍ରୀ
୨୦୨୨ ମସିହା ୩୦ ଜାନୁଆରୀରୁ ୪ ଫେବୃଆରୀ ପର୍ଯ୍ୟନ୍ତ ରାଜଧାନୀରେ ସର୍ବୋଚ୍ଚ ତାପମାତ୍ରା

୩୦ ଜାନୁଆରୀ ୨୭.୯ ଡ଼ିଗ୍ରୀ
୩୧ ଜାନୁଆରୀ ୩୦.୪ ଡ଼ିଗ୍ରୀ
୧ ଫେବୃଆରୀ ୩୦.୬ ଡ଼ିଗ୍ରୀ
୨ ଫେବୃଆରୀ ୩୧.୨ ଡ଼ିଗ୍ରୀ
୩ ଫେବୃଆରୀ ୩୦.୫ ଡ଼ିଗ୍ରୀ
୪ ଫେବୃଆରୀ ୨୯ ଡ଼ିଗ୍ରୀ

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+