ବାରିପଦା ବିଶ୍ୱର ସବୁଠୁ ଉତ୍ତପ୍ତ ସହର, ଏସିଆରେ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ
Odisha Heat Wave: ଗତକାଲି ବିଶ୍ୱର ସବୁଠୁ ଉତପ୍ତ ସହର ପାଲଟିଥିଲା ବାରିପଦା । ଏପ୍ରିଲ ୧୩ ତାରିଖରେ ୪୩.୫ ଡିଗ୍ରୀ ତାପମାତ୍ରା ଥିଲା ବାରିପଦା ସହରରେ । ଆଉ ଆଜି ୪୪ ଡିଗ୍ରୀ ସେଲସିୟସ । ସେହିପରି ଗତ ବୁଧବାର ଝାରସୁଗୁଡ଼ା ଏସିଆର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ।
ଖାଲି ବାରିପଦା ନୁହେଁ ପୂରା ରାଜ୍ୟରେ ଅସମ୍ଭାଳ ତାତି । ଆଜି ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି ୨୫ ସହରର ତାପମାତ୍ରା । ୪୨ ଡିଗ୍ରୀ ସେଲସିୟସ ପାର କରିଛି ୧୦ଟି ସହରର ତାପମାତ୍ର । କଟକରେ ତାପମାତ୍ରା ୪୧.୨ ଡ଼ିଗ୍ରୀ ଏବଂ ଭୁବନେଶ୍ୱରରେ ୪୦.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ସେହିପରି ଝାରସୁଗୁଡ଼ାରେ ତାପମାତ୍ରା ୪୨.୮ ଡିଗ୍ରୀ ସେଲ୍ସିୟସ ରେକର୍ଡ ହୋଇଥିବା ବେଳେ ତାଳଚେରରେ ୪୨.୬, ବୌଦ୍ଧ ଓ ଟିଟିଲାଗଡ଼ରେ ୪୨.୫, ସମ୍ବଲପୁର ଓ ବଲାଙ୍ଗିରରେ ୪୨.୨, ଅନୁଗୁଳ ଓ ସୋନପୁରରେ ତାମପାତ୍ରା ୪୨.୧ ଡିଗ୍ରୀ ରହିଛି । ସୁନ୍ଦରଗଡ଼ର ପାରଦ ୪୨ ରହିଛି ।
ସେହିପରି ଜଗତସିଂହପୁର, ନୟାଗଡ଼, ଯାଜପୁର, ଭଦ୍ରକ ଓ ବରଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ ରହିଥିଲା। କନ୍ଧମାଳରେ ୩୯.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ କେନ୍ଦ୍ରାପଡ଼ାରେ ୩୯.୮, ମାଲକାନଗିରିରେ ୩୯.୫, ଦେବଗଡ଼ରେ ୩୯.୫, ଖୋର୍ଦ୍ଧାରେ ୩୯.୫, ରାୟଗଡ଼ାରେ ୩୮.୨, ଛତ୍ରପୁରରେ ୩୮, ନବରଙ୍ଗପୁରରେ ୩୬, କୋରାପୁଟରେ ୩୫.୬, ଦାରିଙ୍ଗବାଡ଼ିରେ ୩୫.୫, ଗୋପାଳପୁରରେ ୩୪.୬, ପୁରୀରେ ୩୪ ଓ ପାରାଦୀପରେ ୩୩.୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେପଟେ ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ କାଲି ୬ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି ହୋଇଛି ।
ତେବେ ଏହାରି ଭିତରେ ଆଶ୍ୱସ୍ତିକର ଖବର ଆଣିଛି ପାଣିପାଗ କେନ୍ଦ୍ର । କାଲିଠାରୁ ରାଜ୍ୟରେ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ହେବ ବୋଲି ଆଶଙ୍କା କରାଯାଉଛି । ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ରହିଛି। ୧୬ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ୧୭ରେ ଉତ୍ତର ଉପକୂଳ ଓ ୧୮ରେ ପୂରା ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ।












Click it and Unblock the Notifications