Odisha Heat Wave Alert: ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା, କିଛି ଜିଲ୍ଲାରେ କାଳବୈଶାଖୀ

ରାଜ୍ୟରେ ପୁଣି ଉପରମୁହାଁ ପାରଦ । ଆହୁରି ବଢିବ ତାପମାତ୍ରା । ଆସନ୍ତା ୨୪ ଘଣ୍ଟାରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ପଶ୍ଚିମ ଓଡ଼ିଶାରେ ୪୦ ଡିଗ୍ରୀ ଛୁଇଁପାରେ ପାରଦ । ସେହିଭଳି ବାକି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ମଧ୍ୟରେ ରହିବା ସମ୍ଭାବନା ରହିଛି । ସେହିପରି କିଛି ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

ବିଶେଷକରି ଆଜି କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇପାରେ ।
ସେପଟେ ପାଣିପାଗରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ ।

ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ଥିବାରୁ ଏହାର ପ୍ରଭାବରେ ୪୮ ଘଣ୍ଟାରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।

Odisha Heat Wave Alert

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ତାଙ୍କ 'ଏକ୍ସ' ହ୍ୟାଣ୍ଡେଲରେ ଏଭଳି ସୂଚନା ଦେଇଛନ୍ତି । ତେବେ ଲଘୁଚାପ ପ୍ରଭାବରେ ବର୍ଷା ହେଲେ ,ରାଜ୍ୟବାସୀଙ୍କୁ ପ୍ରଚଣ୍ଡ ତାତିରୁ ମିଳିପାରେ ଆଶ୍ୱସ୍ତି ମିଳିବା ନେଇ ଅନୁମାନ କରାଯାଉଛି ।

ସେହପରି ଏପ୍ରିଲରୁ ଜୁନ୍‌ ମଧ୍ୟରେ ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ସ୍ୱାଭାବିକଠାରୁ ଅଧିକ ରହିବ ଦେଶର ଅନେକ ଅଞ୍ଚଳରେ ତାପମାତ୍ରା । ଚଳିତ ଗ୍ରୀଷ୍ମ ଋତୁ ପାଇଁ ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (IMD) ।

IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଗ୍ରୀଷ୍ମର ଅତ୍ୟଧିକ ପ୍ରଭାବ କେନ୍ଦ୍ରୀୟ, ପୂର୍ବ ଏବଂ ଉତ୍ତର ପଶ୍ଚିମ ଭାଗରେ ରହିବ । ଦେଶର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ବହୁ ଅଧିକ ରହିବ।ଆଇଏମଡି ଡିଜି ଆହୁରି କହିଛନ୍ତି, ଏପ୍ରିଲରୁ ଜୁନ୍ ମଧ୍ୟରେ ସାଧାରଣତଃ ୪ରୁ ୭ ଦିନ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥାଏ। ତେବେ ଏଥର କିନ୍ତୁ ତାଠୁ ଅଧିକ ୨ କିମ୍ବା ୪ ଦିନ ରହିବ ଗ୍ରୀଷ୍ମ ପ୍ରବାହ ।

ବିଶେଷକରି ରାଜସ୍ଥାନ, ଗୁଜରାଟ, ହରିୟାଣା, ପଞ୍ଜାବ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଅଧିକ ରହିବ।ସେହିଭଳି କର୍ଣ୍ଣାଟକ ଓ ତାମିଲନାଡ଼ୁର ଉତ୍ତର ଭାଗରେ ମଧ୍ୟ ଅଧିକ ଗରମ ଅନୁଭୂତ ହେବ । ଏଥର ମୌସୁମୀରେ ଏଲ୍ ନିନୋ ସମ୍ଭାବନା ନାହିଁ ବୋଲି ଆଇଏମଡି ଡିଜି ସ୍ପଷ୍ଟ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+