Odisha Heat Wave: ପୁଣି ତାତିଲା ଓଡ଼ିଶା; କାହିଁକି ବଢୁଛି ଗ୍ରୀଷ୍ମପ୍ରବାହ ?
ପୁଣି ତାତିଲା ଓଡ଼ିଶା । ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମପ୍ରବାହ । ସକାଳ ୭ଟାରୁ ଘରୁ ବାହାରିବା ମୁସ୍କିଲ୍ । ଗତକାଲି ୪୪.୬ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଥିଲା । ତେବେ ଆଜିଠୁୁ ତାତି ପୁଣି ଖସିପରେ । କାଳବୈଶାଖୀ ପ୍ରଭାବରେ ଉପକୂଳରେ ତାତି ଖସିଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ଗତକାଲି ୭ଟି ସହରରେ ଦିନ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ତାଠାରୁ ଅଧିକ ଥିଲା । ୨୬ଟି ସହରରେ ପାରଦ ୪୦ ଡିଗ୍ରୀ ପାର୍ କରିଥିଲା। ଆଜି ମଧ୍ୟ ସେହିଭଳି ଝାଞ୍ଜି ବହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ତେବେ ଆଗାମୀ ଦିନେ କି ୨ଦିନ ପରେ ଉପକୂଳ ଓଡିଶାରୁ ହିଟ-ୱେଭ ଉପରେ ଲାଗିପାରେ ବ୍ରେକ । ୬ ତାରିଖ ପରେ ରାଜ୍ୟରୁ ଗ୍ରୀଷ୍ମ ପ୍ରବାହରେ ବ୍ରେକ ସମ୍ଭାବନା ରହିଛି ।

କାହିଁକି ବଢୁଛି ଗ୍ରୀଷ୍ମପ୍ରବାହ ?
ଗ୍ରୀଷ୍ମଦିନରେ ଓଡ଼ିଶା ମଧ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଉତ୍ତପ୍ତ ବାୟୁ ପ୍ରବାହ, ସମୁଦ୍ର ମଧ୍ୟରୁ ସ୍ଥଳ ଭାଗକୁ ବାୟୁ ପ୍ରବାହିତ ନହେବା, ଆଣ୍ଟି ସାଇକ୍ଲୋନିକ ପ୍ରକ୍ରିୟା, ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁରୁ ବାହାରୁଥିବା ଉତ୍ତପ୍ତ ପବନ ହେଉଛି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଦିନ ବୃଦ୍ଧି ହେବାର ପ୍ରମୁଖ କାରଣ ।
୫ରେ ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ଗ୍ରୀଷ୍ମପ୍ରବାହ ବହିବ । ଅନ୍ୟ ସ୍ଥାନରେ ବିଶେଷ ତତଲା ଅନୁଭୂତ ହେବନି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଓ କୋରାପୁଟରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।
୬ରୁ ଗ୍ରୀଷ୍ମପ୍ରବାହ ଉଭେଇ ଯିବ । ରାଜ୍ୟର ସବୁ ସ୍ଥାନରୁ ତାତି କମିବ । ଦକ୍ଷିଣ ଉପକୂଳ ଓଡ଼ିଶା ଓ ଉତ୍ତର ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ହେବା ସହ ୪୦ରୁ ୫୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଦେଇଛି ।
ଦିନକ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ପ୍ରଭାବରେ ଘଡଘଡି ସହ ପ୍ରବଳ ପବନ ବର୍ଷା ହୋଇଥିଲା l ଗଜପତି ଜିଲ୍ଲା ମୋହନାରେ ଗତକାଲି କାଳ ବୈଶାଖୀର ତାଣ୍ଡବ ଦେଖୁବାକୁ ମିଳିଥିଲା l ପ୍ରାୟ ଘଣ୍ଟାଏ କାଳ ପ୍ରବଳ ପବନ ସହ ବର୍ଷା ହୋଇଥିଲା l












Click it and Unblock the Notifications