ରାଜଧାନୀ ଭୁବନେଶ୍ବରରେ ପାରଦ ଉପରମୁହାଁ; ଦିନ ୨ଟା ୩୦ ସୁଦ୍ଧା ତାପମାତ୍ରା ୩୫.୬ ଡିଗ୍ରୀ
ରାଜଧାନୀ ଭୁବନେଶ୍ବରରେ ପାରଦ ଉପରମୁହାଁ । ଆଜି ଦିନ ୨ଟା ୩୦ ସୁଦ୍ଧା ତାପମାତ୍ରା ୩୫.୬ ଡିଗ୍ରୀ। ଆଜି ଚାନ୍ଦବାଲି ତାପମାତ୍ରା ୩୫.୪ ଡିଗ୍ରୀ ।

ଅନ୍ୟ ପଟେ ଚଳିତବର୍ଷ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ଗରମ ଅନୁଭୂତ ହେବା ନେଇ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆଶଙ୍କା କରିଛନ୍ତି। ତାଙ୍କ ସୂଚନା ଅନୁସାରେ ଉତ୍ତର-ପଶ୍ଚିମ ଭାରତରେ ଗରମ ସ୍ବାଭାବିକଠାରୁ ଅଧିକ ହେବ। ତେବେ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକଠାରୁ କମ୍ ହୋଇପାରେ।
ମାର୍ଚ୍ଚ ମାସରେ ଗରମ ସ୍ବାଭାବିକଠାରୁ ଅଧିକ ହେବାର ସମ୍ଭାବନା ୪୦% ରହିଛି। ଏପ୍ରିଲ୍ ଓ ମେ'ରେ ତାପମାତ୍ରା ସ୍ବାଭାବିକ ରହିବା ନେଇ ଆକଳନ କରାଯାଇଛି। ତେବେ ଏପ୍ରିଲ୍ ମାସରେ ସ୍ବାଭାବିକଠାରୁ ଅଧିକ ବର୍ଷା ଓ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଆସନ୍ତା ୨ସପ୍ତାହ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ୧୨ ତାରିଖ ପରେ ଉପକୂଳ ଓଡ଼ିଶାରେ ଗରମ ସ୍ବାଭାବିକଠାରୁ ଅଧିକ ରହିବ।












Click it and Unblock the Notifications