Odisha Heat Wave : ୪୦ ଡିଗ୍ରୀ ଉପରେ ରହିବ ୧୫ ଜିଲ୍ଲା, ସତର୍କ କଲା ପାଣିପାଗ କେନ୍ଦ୍ର

ଆସନ୍ତା ୩ ଦିନରେ ଉପରମୁହାଁ ରହିବ ପାରଦ। ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ।

ଆଗକୁ ଭୀଷଣ ଗ୍ରୀଷ୍ମପ୍ରବାହ ସହ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ପଶ୍ଚିମ ଓଡ଼ିଶା ସମେତ ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ କଲବଲ କରିବ ତାତି ଓ ଗୁଳୁଗୁଳି। ୧୫ରୁ ଅଧିକ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀରୁ ଉପରେ ରହିବ।

ବିଶେଷ କରି ଦେଓଗଡ଼, ସୁନ୍ଦରଗଡ଼, ସୋନପୁର, ନୟାଗଡ଼, ବୌଦ୍ଧ, ବରଗଡ଼ରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିବ। ଉପକୂଳବର୍ତ୍ତି ଜିଲ୍ଲାଗୁଡିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତିରେ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ ।

ସେହିଭଳି ଭବନୀପାଟଣା, ଝାରସୁଗୁଡ଼ା, ବଲାଙ୍ଗିର, ଟିଟିଲାଗଡ଼, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାରିପଦାରେ ମଧ୍ୟ ଆଜି ନିଆଁ ବର୍ଷିବ ବୋଲି ଆକଳନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Odisha Heat Wave

ଆସନ୍ତାକାଲି ମଧ୍ୟ ସ୍ଥିତିରେ କୌଣସି ସୁଧାର ଆସିବ ନାହିଁ ବରଂ ଅଧିକ ଖରାପ ହେବ। ୯ ତାରିଖ ବା ସୋମବାର ସୁନ୍ଦରଗଡ, ସୋନପୁର ଓ ଦେବଗଡରେ ୪୪ ଡିଗ୍ରୀ, ବରଗଡ, ଟିଟିଲାଗଡ, ଭବାନୀପାଟଣା, ମାଲକାନଗିରି ଓ ନୟାଗଡରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ । ୧୦ ତାରିଖରେ ସୁନ୍ଦରଗଡ ଓ ଟିଟିଲାଗଡରେ ୪୪ ଡିଗ୍ରୀ, ସମ୍ବଲପୁର ଓ ବଲାଙ୍ଗିରରେ ୪୩ ଡିଗ୍ରୀ, ଭବାନୀପାଟଣା, ଫୁଲବାଣୀ, ଦେବଗଡ, ନୂଆପଡା ଓ ବୌଦ୍ଧରେ ତାତି ୪୨ ଡିଗ୍ରୀ ରହିପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏପରି ପାଗ ବୁଧବାର ଯାଏ ଦେଖିବାକୁ ମିଳିବ। ଅର୍ଥାତ ଆସନ୍ତା ତିନି ଦିନ ଯାଏ ତାତିରୁ ତ୍ରାହି ନାହିଁ। ଏହାର ପ୍ରଭାବରେ ଗମନାଗମନ ସାଙ୍ଗକୁ ସାଧାରଣ ଜନ ଜୀବନ ପ୍ରଭାବିତ ହେବ।

ଅନ୍ୟପଟେ ୮ ତାରିଖରେ ଦକ୍ଷିଣ ଓଡିଶାର ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଓ ରାୟଗଡାରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ଘଡଘଡି ଓ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୯ ତାରିଖରେ ରାୟଗଡା, ମାଲକାନଗିରି ଓ କୋରାପୁଟରେ ଘଡଘଡି ସହ ବର୍ଷା ଓ ପବନ ବହିବାର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+