Odisha Heat: ୪୨.୫ ଡିଗ୍ରୀ ସହ ବୌଦ୍ଧ ଦେଶରେ ସବୁଠୁ ଉତ୍ତପ୍ତ ସହର
ବୌଦ୍ଧ ସାରା ଦେଶରେ ସବୁଠୁ ଉତ୍ତପ୍ତ ସହର । ୪୨.୫ ଡିଗ୍ରୀ ସହ ବୌଦ୍ଧ ଦେଶରେ ସବୁଠୁ ଉତ୍ତପ୍ତ । ଗତକାଲି ସମ୍ବଲପୁର ୪୨.୨, ଝାରସୁଗୁଡ଼ା ୪୧.୮ ଡିଗ୍ରୀ ରହିଥିଲା ।

ରାଜ୍ୟରେ ଉପରମୁହାଁ ହେଉଛି ପାରଦ। ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା। ଅସହ୍ୟ ହେଉଛି ଗ୍ରୀଷ୍ମ ଲହରୀ। ଆଜିଠାରୁ ଆହୁରି ପ୍ରଚଣ୍ଡ ହେବ ତାତି। ଆସନ୍ତା ୩ ଦିନ ତାତିରୁ ତ୍ରାହି ମିଳିବ ନାହିଁ ନିସ୍ତାର। ଆସନ୍ତା ୩ ଦିନ ପାଇଁ ରାଜ୍ୟରେ ହିଟୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରବିବାରଠାରୁ ୩ ଜିଲା ଝାରସୁଗୁଡ଼ା, କଳାହାଣ୍ଡି ଓ ସମ୍ବଲପୁରକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୪ ଜିଲାକୁ ଅରେଞ୍ଜ ଏବଂ ୧୬ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୩ ଦିନ ପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ସୂଚନା ଯୋଗ୍ୟ, ଗତ ବୁଧବାର, ଗୁରୁବାର, ଶୁକ୍ରବାର ଭଳି ଶନିବାର ମଧ୍ୟ ପାରଦ ଉପର ମୁହାଁ ରହିଥିଲା। ୪୨.୫ ଡିଗ୍ରୀ ସହ ବୌଦ୍ଧ ଦେଶରେ ସବୁଠୁ ଉତ୍ତପ୍ତ ସହର ହୋଇଥିଲା। ସେହିପରି ସମ୍ବଲପୁର ୪୨.୨, ଝାରସୁଗୁଡ଼ା ୪୧.୮ ଡିଗ୍ରୀ ରହିଥିଲା।












Click it and Unblock the Notifications