ରଥଯାତ୍ରା ପାଇଁ ଆଗୁଆ ପ୍ରସ୍ତୁତି: ଆଲର୍ଟ ରହିବ ୧୩୨ଟି ଏମର୍ଜେନ୍ସି ଏବଂ ୮୨ଟି ହିଟ୍ ଷ୍ଟ୍ରୋକ୍ ବେଡ୍

ଭୁବନେଶ୍ୱର/ପୁରୀ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତ ଆଜି ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଚଳିତବର୍ଷ ରଥଯାତ୍ରା ନିମନ୍ତେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ନବଯୌବନ ଦର୍ଶନ ଠାରୁ ଶ୍ରୀଗୁଣ୍ଡିଚା ଏବଂ ବାହୁଡା ସରିବା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ଯୋଗାଣ ନିଶ୍ଚିତ କରାଇବା ପାଇଁ ଆଗୁଆ ପୂର୍ଣ୍ଣ ପ୍ରସ୍ତୁତିରେ ରହିବା ପାଇଁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ମୁଖ୍ୟତଃ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ଆଶୁ ଚିକିତ୍ସା କେନ୍ଦ୍ର (ଫାଷ୍ଟ୍ ଏଡ୍ ସେଣ୍ଟର୍) ସ୍ଥାପନ, ଆମ୍ବୁଲାନ୍ସ ସେବା ଯୋଗାଣ, ରଥଯାତ୍ରା ପାଇଁ ପୁରୀରେ ଅଧିକ ମାନବସମ୍ବଳ, ଡାକ୍ତର, ଚିକିତ୍ସା ଦଳ, ପାରା ମେଡ଼ିକାଲ ଷ୍ଟାଫ୍ ମୁତୟନ, ଖାଦ୍ୟ ନିରାପତ୍ତା ଯାଞ୍ଚ୍ ଦଳ ମୁତୟନ, ବିଭିନ୍ନ ପ୍ରକାର ସଂକ୍ରମଣ ରୋଗର ପ୍ରତିକାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସେବା ସହ ସମ୍ପୃକ୍ତ ବିଭାଗ ମାନଙ୍କ ମଧ୍ୟରେ ସମନ୍ୱୟ, କୋଭିଡ ପରିଚାଳନା, ଜରୁରୀକାଳୀନ ସେବା ପାଇଁ ବିଭିନ୍ନ ହସ୍ପିଟାଲରେ ଅଧିକ ବେଡ୍ ବ୍ୟବସ୍ଥା, ତାପଘାତ ( ହିଟ୍ ଷ୍ଟ୍ରୋକ୍) ଚିକିତ୍ସା ବ୍ୟବସ୍ଥା ଆଦି ବିଷୟ ରେ ସବିଶେଷ ଆଲୋଚନା ହୋଇଥିଲା ।

Preparations for Rath Yatra 2023

ଚଳିତ ବର୍ଷ ପାଇଁ ପୁରୀ ଜିଲ୍ଲା ଚିକିତ୍ସାଳୟ ଏବଂ ପାଖାପାଖି ଡାକ୍ତରଖାନା ମାନଙ୍କରେ ଅଧିକ ୧୩୨ ଟି ଜରୁରୀକାଳୀନ ବେଡ୍ ଏବଂ ୮୨ ଟି ହିଟ୍ ଷ୍ଟ୍ରୋକ୍ ଚିକିତ୍ସା ବେଡ୍ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ହୋଇଥିଲା। କାଜୁଆଲିଟି ଏବଂ ଏମର୍ଜେନ୍ସି ମେଡିକାଲ ୟୁନିଟ୍ ସବୁକୁ ପୂର୍ଣ୍ଣ ପ୍ରସ୍ତୁତିରେ ରଖିବା ପାଇଁ ଶ୍ରୀମତୀ ପଣ୍ଡିତ ନିର୍ଦ୍ଦେଶ ଦେଇଥିଲେ । ବଡଦାଣ୍ଡ ସ୍ଥିତ ଗାଣ୍ଡୁଆଚଉରା ଛକ, ସିଂହଦ୍ୱାର, ଉତ୍କଳ ହିନ୍ଦି ବିଦ୍ୟାପୀଠ, ଜନତା ସିନେମା ହଲ୍, ଜଗନ୍ନାଥ ବଲ୍ଲଭ ପାର୍କିଂ, ବଗଳା ଧର୍ମଶାଳା, ବଡ ଶଙ୍ଖ, ଗଜପତି ନଗର ଛକ, ସଂଗ୍ରାମ କ୍ଲବ୍, ପଲ୍ଲିଶ୍ରୀ ମେଳା ସ୍ଥାନ, ଗୁଣ୍ଡିଚା ମନ୍ଦିର ନିକଟରେ ଫାଷ୍ଟ୍ ଏଡ୍ ସେଣ୍ଟର୍ ସ୍ଥାପନ ହେବ ।

ସେହିପରି ସମୁଦ୍ର କୂଳ ସ୍ଥିତ ଦିଗବାରେଣୀ ଖୁଣ୍ଟ, ସ୍ୱର୍ଗଦ୍ୱାର, ବତୀଘର, ତାଳବଣିଆ ବସ୍ ଷ୍ଟାଣ୍ଡ୍ ଓ ରେଳବାଇ ଷ୍ଟେସନ୍ ଠାରେ ଫାଷ୍ଟ୍ ଏଡ୍ କେନ୍ଦ୍ର ସ୍ଥାପନ ହେବ । ପୁରୀ-ଭୁବନେଶ୍ୱର ରାସ୍ତାର ଗୁଡ଼ିଆ ପୋଖରୀ, ପିପିଲି ଓଭରବ୍ରିଜ୍, ଦାଣ୍ଡ ମୁକୁନ୍ଦପୁର, ପଟ୍ଟନାଇକିଆ, ମାଳତୀପାଟପୁର ବସ୍ ଷ୍ଟାଣ୍ଡ୍ ଏବଂ ଅଠରନଳା ପୁରୀ-କୋଣାର୍କ ରାସ୍ତାର ଗୋପାଳପୁର ଛକ ଓ ବାଲିଘାଇ ଛକ, ରାମଚଣ୍ଡୀ ମନ୍ଦିର; ଏବଂ ପୁରୀ-ସାତପଡା ରାସ୍ତାର ମଙ୍ଗଳା ଘାଟ ଛକ ଓ ଗିରାଳ ଛକ ଠାରେ ମଧ୍ୟ ଫାଷ୍ଟ୍ ଏଡ୍ କେନ୍ଦ୍ର ସ୍ଥାପନ ହେବ ।

ଏହାଛଡା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ୩୦ ଗୋଟି ଆମ୍ବୁଲାନ୍ସ୍ ପ୍ରସ୍ତୁତ ରଖାଯିବ । ଖାଦ୍ୟ ସୁରକ୍ଷା ଯାଞ୍ଚ ପାଇଁ ୨ଗୋଟି ଦଳ ନିୟୋଜିତ ହେବା ସହିତ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଇତି ମଧ୍ୟରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୨୫ଟି ଅମ୍ଳଜାନ ସଂଯୁକ୍ତ ବେଡ୍, ଅପରେସନ୍ ଥିଏଟର୍ ଓ ଆଇ.ସି.ୟୁ କୁ ପୂର୍ଣ୍ଣ ପ୍ରସ୍ତୁତ କରାଯାଇଛି । ରଥଯାତ୍ରା ସମୟରେ ସଂକ୍ରାମକ ରୋଗ ବ୍ୟାପିବାର ସମ୍ଭାବନା ଏଡାଇବା ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଖାଦ୍ୟ ସୁରକ୍ଷା ଏବଂ ପିଇବା ପାଣି ବ୍ୟବସ୍ଥା ଯାଞ୍ଚକୁ କଡାକଡି କରାଯାଇଛି । ରଥଯାତ୍ରା ସମୟରେ ଜିଲ୍ଲାରେ ଡାକ୍ତର ଏବଂ ପାରାମେଡିକସ୍ ଷ୍ଟାଫ୍ ସଂଖ୍ୟା ଯେପରି ଅଭାବ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଶ୍ରୀମତୀ ପଣ୍ଡିତ୍ ସ୍ୱାସ୍ଥ୍ୟ ବିଭାଗର ନିର୍ଦେଶକଙ୍କୁ କହିଥିଲେ ।

Preparations for Rath Yatra 2023

ରାଜ୍ୟସ୍ତରରୁ ଅଧିକ ୨୪୦ ଜଣ ବିଶେଷଜ୍ଞ ଡ଼ାକ୍ତର, ନର୍ସ, ଫାର୍ମାସିଷ୍ଟ୍ ଓ ଅନ୍ୟାନ୍ୟ ପାରାମେଡିକ୍ ଷ୍ଟାପ୍ ପୁରୀକୁ ପଠାଇବା ପାଇଁ ମଧ୍ୟ ଶ୍ରୀମତୀ ପଣ୍ଡିତ୍ ନିର୍ଦେଶ ଦେଇଥିଲେ । ଜିଲ୍ଲାର ସସସ୍ତ ଡାକ୍ତରଖାନାରେ ଆବଶ୍ୟକୀୟ ପରିମାଣର ଔଷଧ ମହଜୁଦ୍ ରଖିବା ସହ ସମସ୍ତ ଯନ୍ତ୍ରପାତି ଓ ଚିକିତ୍ସା ଉପକରଣର କାର୍ଯ୍ୟକାରିତା ପୁନଃ ତନଖି ନେବାପାଇଁ କୁହାଯାଇଥିଲା । ରଥଯାତ୍ରା ସମୟରେ ରୋଗୀ ସେବା ନିମନ୍ତେ ଯାତାୟତ ପାଇଁ ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପାଶ୍ ଦେବାପାଇଁ ନିଷ୍ପତ୍ତି ହୋଇଥିଲା ।

ଏହି ଗସ୍ତକାଳରେ ଶ୍ରୀମତୀ ପଣ୍ଡିତ୍ ଶ୍ରୀ ଜଗନ୍ନାଥ ମେଡିକାଲ୍ ଓ ହସ୍ପିଟାଲ୍ ପରିଦର୍ଶନ କରି ରୋଗୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବା ଓ ଔଷଧ ଆଦି ଠିକ୍ ଭାବେ ମିଳୁଛି କି ନାହିଁ ପଚାରି ବୁଝିଥିଲେ । ରୋଗୀମାନେ ଦେୟମୁକ୍ତ ଗୁଣାତ୍ମକ ଔଷଧ ସେବା ବିଷୟରେ ନିଜ ନିଜର ସନ୍ତୋଷ ବ୍ୟକ୍ତି କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+