ଶେଷ ହେବାକୁ ଯାଉଛି ଗଚ୍ଛିତ କରୋନା ଟିକା, କେନ୍ଦ୍ରକୁ 6 ଲକ୍ଷ ଡୋଜ ମାଗିଲା ଓଡିଶା
ତୁରନ୍ତ ଅଧିକ ଟିକା ଯୋଗାଇବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ଼ ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ।
ଭୁବନେଶ୍ବର: ରାଜ୍ୟରେ ଜୋରଦାର୍ ଜାରି ରହିଛି ଟିକାକରଣ । ଏବେ ରାଜ୍ୟ ପାଖରେ ମାତ୍ର ୩.୫ ଲକ୍ଷ କୋଭିସିଲ୍ଡ ଟିକା ଗଚ୍ଛିତ ରହିଛି । ଯାହାକି ମାତ୍ର ୨ ଦିନରେ ସରିଯିବ । ରାଜ୍ୟରେ ମଙ୍ଗଳବାର ପରେ ଆଉ କୋଭିସିଲ୍ଡ ଟିକା ବଳକା ରହିବ ନାହିଁ । ଫଳରେ ତୁରନ୍ତ ଅଧିକ ଟିକା ଯୋଗାଇବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ଼ ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ।

ଗତ ୨୧ ଜୁନରୁ ହାରାହାରି ୩ ଲକ୍ଷ ଲୋକଙ୍କୁ ଟିକା ଦେଇ ଆସୁଛୁ। ଆଜି ଦିନରେ ୩ ଲକ୍ଷ ୩୮ ହଜାର ଡୋଜ କୋଭିସିଲ୍ଡ ମହଜୁଦ ରହିଛି, ଯାହା ମାତ୍ର ଦୁଇ ଦିନ ଯିବ। ତେଣୁ ମଙ୍ଗଳବାର ପରଠୁ ରାଜ୍ୟରେ କୋଭିସିଲ୍ଡ ଟିକାର ଅଭାବ ରହିବ। ଏହଭିଳି ପରିସ୍ଥିତିରେ ଟିକାକରଣ କରିବା ସମ୍ଭବ ନୁହେଁ। ସେଥିପାଇଁ ୬ଲକ୍ଷ କୋଭିସିଲ୍ଡ ଟିକା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ।
ଅନ୍ୟପଟେ ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଛନ୍ତି । ଜୁଲାଇ ମାସରେ କେନ୍ଦ୍ର ଓଡ଼ିଶାକୁ ୨୫.୩୧ ଲକ୍ଷ କୋଭିସିଲ୍ଡ ଟିକା ଦେବେ ବୋଲି ଆଶା ରହିଛି ।












Click it and Unblock the Notifications