ନୀରବି ଗଲେ ପଶ୍ଚିମ ଓଡି଼ଶା ଟାଣୁଆ ନେତା ନବ ଦାସ, କିଛି ଦିନ ତଳେ କରିଥିଲେ ଶନିଙ୍କ ପୂଜା

କିଛି ଦିନ ତଳେ ମହାରାଷ୍ଟ୍ର ଶନି ଦେବଙ୍କ ମନ୍ଦିରରେ ପୂଜା କରି ଚର୍ଚ୍ଚାକୁ ଆସିଥିଲେ ନବ ଦାସ । ମହାରାଷ୍ଟ୍ରର ଅହମ୍ମଦନଗର ଶନି ଶିଙ୍ଗଣାପୁରରେ ଥିବା ଶନି ମନ୍ଦିରରେ ଗତ ସୋମବାର (23 ତାରିଖ) ଦିନ ପୂଜା ଅର୍ଚ୍ଚନା କରିଥିଲେ ନବ ଦାସ ।

ଭୁବନେଶ୍ୱର: ନୀରବି ଗଲେ ନବ ଦାସ । ଗୁଳି ମାଡ଼ରେ ଉଡ଼ିଗଲାପଶ୍ଚିମ ଓଡି଼ଶା ଟାଣୁଆ ନେତା ତଥା ଓଡିଶାର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରାଣବାୟୁ । ଦୀର୍ଘ ଘଣ୍ଟାର ସଂଘର୍ଷ ପରେ ଶେଷରେ ହାରିଗଲେ ନବ ଦାସ । ତେବେ କିଛି ଦିନ ତଳେ ମହାରାଷ୍ଟ୍ର ଶନି ଦେବଙ୍କ ମନ୍ଦିରରେ ପୂଜା କରି ଚର୍ଚ୍ଚାକୁ ଆସିଥିଲେ ନବ ଦାସ ।

Odisha Health Minister Naba Das

କିଛି ଦିନ ତଳେ କରିଥିଲେ ଶନିଙ୍କ ପୂଜା

ମହାରାଷ୍ଟ୍ରର ଅହମ୍ମଦନଗର ଶନି ଶିଙ୍ଗଣାପୁରରେ ଥିବା ଶନି ମନ୍ଦିରରେ ଗତ ସୋମବାର ( 23 ତାରିଖ ) ଦିନ ପୂଜା ଅର୍ଚ୍ଚନା କରିଥିଲେ ନବ ଦାସ । ମନ୍ଦିରକୁ ଏକ କୋଟି ଟଙ୍କାର ସୁନା କଳସ ଦାନ କରିଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ହେଲେ ପରେ ସେ ଏହାକୁ ଖଣ୍ଡନ କରିବା ସହିତ କେବଳ ଦଶ ଲକ୍ଷ ଟଙ୍କା ଦାନ କରିଥିବା ଓ ମନ୍ଦିରରେ ପୂଜା କରିଥିବା ସ୍ପଷ୍ଟ କରିଥିଲେ । ସେ ଏହି ଅର୍ଥରାଶି ନିଜ ସମ୍ପତ୍ତିରୁ ଦାନ କରିଥିବା ସୂଚନା ଦେଇଥିଲେ । ଓଡିଶାବାସୀ ସୁଖ ସମୃଦ୍ଧି ଓ ମଙ୍ଗଳ ପାଇଁ ସେ ଶନି ଦେବଙ୍କ ନିକଟରେ ପ୍ରାର୍ଥନା କରିଥିବା କହିଥିଲେ ।

ତେବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଫଟୋରେ ମନ୍ତ୍ରୀ ଦାସ କଳା କପଡା ପିନ୍ଧି ମନ୍ଦିରରେ ପୂଜା କରୁଥିବାର ଦେଖିବାକୁ ମିଳିଥିଲା । ଫଟୋରେ ତାଙ୍କ ପରିବାର ଲୋକ ମଧ୍ୟ ଉପସ୍ଥିତ ରହିଥିଲେ ।

ଉଲ୍ଲେଖଥାଉ କି, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଆଜି ବ୍ରଜରାଜନଗର ଠାରେ ଗୁଳିମାଡ଼ ହୋଇଛି । ଜଣେ ପୋଲିସ କର୍ମଚାରୀ ତାଙ୍କୁ ଗୁଳିମାଡ଼ କରିଛନ୍ତି । ଉକ୍ତ ପୋଲିସ ଏଏସ୍ଆଇ ଜଣଙ୍କ ହେଉଛନ୍ତି ଗୋପାଳ ଦାସ । ସେ ଗାନ୍ଧୀ ଛକ ଫାଣ୍ଡିରେ ମୁତୟନ ଥିଲେ । ଗୋପାଳ ତାଙ୍କ ସର୍ଭିସ୍ ରିଭରବଲରୁ ମନ୍ତ୍ରୀ ନବ ଦାସଙ୍କୁ କାରରୁ ଓହ୍ଲାଇବା ବେଳେ ଗୁଳି କରିଥିଲେ । ମନ୍ତ୍ରୀଙ୍କ ଦେହରେ ୨ ରାଉଣ୍ଡ ଗୁଳି ବାଜିଥିଲା ।

ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଅଧିକ ବିଗିଢିବାରୁ ତାଙ୍କୁ ଏୟାରଲିଫ୍ଟ କରି ଭୁବନେଶ୍ବର ଅଣାଯାଇଥିଲା । ବିମାନବନ୍ଦରରୁ ଗ୍ରିନ୍ କରିଡ଼ରରେ ନିଆଯାଇ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମନ୍ତ୍ରୀ ନବ ଦାସଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ପରେ ହସ୍ପିଟାଲ କତୃପକ୍ଷ କହିଥିଲେ । ଶେଷରେ ଦୀର୍ଘ ସମୟ ଚିକିତ୍ସା କରାଯିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+