ସ୍ୱାମୀଙ୍କ ଅନ୍ତିମ ଯାତ୍ରା ସମୟରେ ମୁଣ୍ଡ ପିଟି କାନ୍ଦିଲେ ନବଙ୍କ ପତ୍ନୀ

ବୁକୁଫଟା କାନ୍ଦଣାରେ ଫାଟି ପଡୁଥିଲା ଆଜି ନବଙ୍କ ସରକାରୀ ବାସଭବନ । ଏପରି ଦୃଶ୍ୟ ଦେଖି ସମସ୍ତଙ୍କ ଆଖି ଓଦା ହୋଇଯାଉଛି ।

ଝାରସୁଗୁଡ଼ା: ଅନ୍ତିମ ଯାତ୍ରାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଝାରସୁଗୁଡ଼ା ବିମାନ ବନ୍ଦରରେ ନବ ଦାସଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସେଠାରୁ ଏକ ସ୍ୱତନ୍ତ୍ର ଗାଡ଼ିରେ ତାଙ୍କ ମରଶରୀର ସରବାହାଲ ବାସଭବନକୁ ନିଆ ଯାଇଥିଲା । ଶେଷ ଦର୍ଶନ ସମୟରେ ସ୍ୱାମୀଙ୍କୁ ହରାଇ ମୁଣ୍ଡ ବାଡ଼େଇ କାନ୍ଦିଥିଲେ ନବ ଦାସଙ୍କ ପତ୍ନୀ ।

Odisha Health Minister

'ତୋ ବାପା ଛାଡ଼ିକି ପଳଉଛନ୍ତି । ମୋତେ କାହିଁକି ଛାଡ଼ି ପଳଉଛ । କୁଆଡ଼େ ଯାଉଛ ତୁମେ । ମୁଁ କେମିତି ରହିବି । ' ବୁକୁଫଟା କାନ୍ଦଣାରେ ଫାଟି ପଡୁଥିଲା ଆଜି ନବଙ୍କ ସରକାରୀ ବାସଭବନ । ଏପରି ଦୃଶ୍ୟ ଦେଖି ସମସ୍ତଙ୍କ ଆଖି ଓଦା ହୋଇଯାଉଛି । ନବ ଦାସଙ୍କ ଅକାଳ ବିୟୋଗରେ ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି ହୋଇଥିବାବେଳେ ତାଙ୍କ ପରିବାରର ଯେପରି ଶିରୀ ତୁଟିଯାଇଛି ।

ତେବେ ବିମାନବନ୍ଦର ଯିବା ପୂର୍ବରୁ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ନବଙ୍କ ମରଶରୀରକୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ବାସଭବନରେ ପହଞ୍ଚି ଆଜି ନବଙ୍କ ମରଶରୀରକୁ ପୁଷ୍ପ ଗୁଚ୍ଛ ଦେଇ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ନବଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଜ୍ୟପାଳ ।

ମିଳିଥିବା ସୂଚନାନୁସାରେ, ନବ ଦାସଙ୍କୁ ତାଙ୍କ ବାସଭବନରେ ଶେଷ ଦର୍ଶନ କରିବା ପରେ ସେଠାରୁ ତାଙ୍କ ପାର୍ଥିବ ଶରୀରକୁ ମନମୋହନ ଏମ୍ ଇ ସ୍କୁଲ ପଡ଼ିଆକୁ ନିଆଯିବ । ସେଠାରେ ତାଙ୍କ ମରଶରୀର ଶେଷ ଦର୍ଶନ ପାଇଁ ରଖାଯିବ । ପରେ ତାଙ୍କ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ଖେରୁଆଲ ନିଆଯାଇ ଅନ୍ତିମ ସଂସ୍କାର କରାଯିବ । ରାଷ୍ଟ୍ରୀୟ ମର୍ଯ୍ୟାଦର ସହ ଶେଷକୃତ୍ୟ ହେବ ।

ଉଲ୍ଲେଖଥାଉ କି, ଗତକାଲି ଏଏସ୍‌ଆଇ ଗୋପାଳ ଦାସଙ୍କ ଗୁଳିମାଡ଼ରେ ନିହତ ହୋଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ବ୍ରଜରାଜନଗର ଗାନ୍ଧୀ ଛକ ଠାରେ ଗୁଳିମାଡ଼ ତାଙ୍କୁ ଗୁଳିମାଡ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ସେଠାରେ ଅବସ୍ଥା ଅଧିକ ବିଗିଢିବାରୁ ତାଙ୍କୁ ଏୟାରଲିଫ୍ଟ କରି ଭୁବନେଶ୍ବର ଅଣାଯାଇଥିଲା । ବିମାନବନ୍ଦରରୁ ଗ୍ରିନ୍ କରିଡ଼ରରେ ନିଆଯାଇ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୀର୍ଘ ସମୟ ତାଙ୍କ ଚିକିତ୍ସା କରାଯିବା ପରେ ଶେଷରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+