ଚାଲିଗଲେ ନବ ଦାସ: ଗୁଳି ମାଡ଼ରେ ଉଡ଼ିଗଲା ପ୍ରାଣବାୟୁ

ଚାଲିଗଲେ ନବ ଦାସ । ଗୁଳି ମାଡ଼ରେ ଉଡ଼ିଗଲା ପ୍ରାଣବାୟୁ । ଦୀର୍ଘ ଘଣ୍ଟାର ସଂଘର୍ଷ ପରେ ଶେଷରେ ହାରିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ ।

Odisha Health Minister

ଭୁବନେଶ୍ୱର: ଚାଲିଗଲେ ନବ ଦାସ । ଗୁଳି ମାଡ଼ରେ ଉଡ଼ିଗଲା ପ୍ରାଣବାୟୁ । ଦୀର୍ଘ ଘଣ୍ଟାର ସଂଘର୍ଷ ପରେ ଶେଷରେ ହାରିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ । ନବଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏୟାରଲିପ୍ଟ କରାଯାଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୀର୍ଘ ସମୟ ଚିକିତ୍ସା କରାଯିବା ପରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।

ଉଲ୍ଲେଖଥାଉ କି, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଆଜି ବ୍ରଜରାଜନଗର ଠାରେ ଗୁଳିମାଡ଼ ହୋଇଛି । ଜଣେ ପୋଲିସ କର୍ମଚାରୀ ତାଙ୍କୁ ଗୁଳିମାଡ଼ କରିଛନ୍ତି । ଉକ୍ତ ପୋଲିସ ଏଏସ୍ଆଇ ଜଣଙ୍କ ହେଉଛନ୍ତି ଗୋପାଳ ଦାସ । ସେ ଗାନ୍ଧୀ ଛକ ଫାଣ୍ଡିରେ ମୁତୟନ ଥିଲେ । ଗୋପାଳ ତାଙ୍କ ସର୍ଭିସ୍ ରିଭରବଲରୁ ମନ୍ତ୍ରୀ ନବ ଦାସଙ୍କୁ କାରରୁ ଓହ୍ଲାଇବା ବେଳେ ଗୁଳି କରିଥିଲେ । ମନ୍ତ୍ରୀଙ୍କ ଦେହରେ ୨ ରାଉଣ୍ଡ ଗୁଳି ବାଜିଥିଲା ।

ତେବେ ଓଡ଼ିଶା ରାଜନୀତିରେ ଜଣେ ଆଗ ଧାଡ଼ିର ନେତାଙ୍କୁ ଗୁଳି କରି ହତ୍ୟା କରିବା ନୂଆ ବୋଲି କୁହାଯାଉଛି । ପୂର୍ବରୁ ଏଭଳି ଘଟଣା ଦେଖାଯାଇ ନାହିଁ । କୌଣସି ପୋଲିସ କେବେ ବି ନେତାଙ୍କୁ ଗୁଳି କରି ହତ୍ୟା କରିଥିବା ନଜିର ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+